ଏବେ ମୋଦୀ ପୁଣି କଲେ ନୋଟ ରଦ୍ଧ, ଏଥର ଭାରତୀୟ ବଜାର ରୁ ହଟିବ ୨୦୦୦/- ଟଙ୍କିଆ ନୋଟ୍ !

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ଭାରତର ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ଉପରେ ଏକ ବଡ଼ ନିଷ୍ପତ୍ତି ଶୁଣାଇ ଛନ୍ତି।
୨୦୧୬ ର ବିମୁଦ୍ରୀ କରଣ ସମୟରେ ଏହି ୨୦୦୦ ଟଙ୍କିଆ ନୋଟ୍ ବାହାରିଥିଲା। ହେଲେ ଗତ କିଛି ଦିନ ହେବ ବଜାରରେ ୨୦୦୦ ଟଙ୍କିଆ ନୋଟ୍ ଖୁବ କମ ଦେଖିବାକୁ ମିଳିଥିଲା। ଏଭଳି କି ଏଟିଏମ୍ ରୁ ମଧ୍ଯ ୨୦୦୦ ଟଙ୍କିଆ ନୋଟ୍ ବାହାରିବା ବନ୍ଦ୍ ହୋଇ ଯାଇଥିଲା।
ହେଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ବିଜ୍ଞପ୍ତି ଜାରି କରି ସାରଛି କି ଆଉ ଏହି ୨୦୦୦ ଟଙ୍କିଆ ନୋଟ୍ ବଜାରରେ ଚାଲିବ ନାହିଁ। ରିଜର୍ଭ ବ୍ୟାଙ୍କ ମଧ୍ଯ ବ୍ୟାଙ୍କ ଗୁଡ଼ିକୁ ଗ୍ରାହକ ମାନଙ୍କୁ ଏହି ନୂତନ ୨୦୦୦ ଟଙ୍କିଆ ନୋଟ୍ ଦେବା ପାଇଁ ବାରଣ କରିଛନ୍ତି।
'କ୍ଲିନ୍ ନୋଟ୍ ପଲିସି' ଅଧୀନରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି।୨୦୦୦ ଟଙ୍କିଆ ନୋଟ୍ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇପାରିବ ।
ପାଖାପାଖି ପ୍ରତ୍ୟେକ ଦିନ ଏହି ୨୦୦୦ ଟଙ୍କିଆ ନୋଟ ଧାରି ମାନେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ ବଦଳି କରି ପାରିବେ। ତା ଠାରୁ ଅଧିକ ନୋଟ ବଦଳି କରାଯାଇ ପାରିବ ନାହିଁ।ରିଜର୍ଭ ବ୍ୟାଙ୍କ ଏହାର ବାର୍ଷିକ ରିପୋର୍ଟରେ ୨୦୦୦ ଟଙ୍କିଆ ନୋଟ୍ ବିଷୟରେ ଅନେକ ସୂଚନା ଦେଇଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୯ ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ୨୦୦୦ ଟଙ୍କାର କୌଣସି ନୋଟ୍ ଛପା ହୋଇନାହିଁ।
ଏହି କାରଣରୁ ବଜାରରେ ୨୦୦୦ ଟଙ୍କିଆ ନୋଟ୍ ହ୍ରାସ ପାଇଛି। ଆଉ ଏବେ ଏହି ୨୦୦୦ ଟଙ୍କିଆ ନୋଟ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆ ଯିବା ବୋଲି କୁହା ଯାଇଛି।
ଅର୍ଥାତ ଆଗକୁ ଆଉ ଏହି ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଲିବ ନାହିଁ କି ବଜାରରେ ମଧ୍ୟ ଏହାର କୌଣସି ପ୍ରକାରର ମହତ୍ତ୍ଵ ରହିବ ନାହିଁ ତେବେ ଆପଣ ଏହା ଜାଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।