ସବୁ ଚାଲାଖି ପଡ଼ିଗଲା ଫେଲ୍, ଶେଷରେ ଜଗା ବାଲିଆ ଧରା ପଡିଗଲେ

 
ବର୍ତମାନ ଏକ ବଡ଼ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ଦୁଇ ଭାଇ ଡକାୟତି କରୁଥିବାରୁ ସେମାନଙ୍କୁ ବଳଙ୍ଗା ପୋଲିସ ଗିରଫ କରିଛନ୍ତି।ଏହି ଘଟଣା ଟି ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି।
ପିପିଲି ର ଏସ ଡି ପି ଓ ଦେବଦତ୍ତ ବରାଳ ଗଣମାଧ୍ୟମ ସାମ୍ନାରେ ସବୁକଥା କହିଛନ୍ତି।ଜଣଙ୍କ ନାମ ଜଗା ଆଉ ଜଣଙ୍କ ନାମ ହେଉଛି ବଳିଆ।ଡକାୟତି ପାଇଁ ଦୁଇ ଭାଇ ଯୋଜିନ ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲେ।
ଏହାପରେ ଦୁଇ ଭାଇ ଜଗା ଓ ବଳିଆ ଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଥିଲେ।ଏବଂ ଅନେକ ସମୟ ଧରି ଜେରା କରିଥିଲେ।ସେମାନେ ସବୁ ସତ କଥା ପୋଲିସ ଙ୍କ ସାମ୍ନାରେ ସ୍ବୀକାର କରିଛନ୍ତି।
ଗତକାଲି ରାତିରେ ସେମାନେ ପାଖ ଏରିଆରେ ଡକାୟତି କରିବା ପାଇଁ ଯୋଜନା କରିଥିଲେ।ଅନ୍ୟ ତିନି ଜଣ କେଉଁଆଡେ ଫେରାର ହୋଇଯାଇଛନ୍ତି।ପୋଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଧରା ଯିବ ବୋଲି ଏସ ଡି ପି ଓ ଦେବଦତ୍ତ ବରାଳ କହିଛନ୍ତି।
ଦୁଇ ଜଣ ଭାଇଙ୍କ ପୁରା ନାମ ହେଇଛି ଜଗନ୍ନାଥ ସାହୁ ଆଉ ଜଣଙ୍କ ନାମ ହେଉଛି ବଳରାମ ସାହୁ।ଦୁଇ ଜଣଙ୍କ ନାମରେ ପାଞ୍ଚ ରୁ ଉର୍ଦ୍ଧ କେଶ ଆଗରୁ ଥାନାରେ ଅଭିଯୋଗ ରହିଛି।ବିଭିନ୍ନ ଜିନିଷ ତାଙ୍କ ପାଖରୁ ପୋଲିସ ଜବତ କରିଛନ୍ତି।
ଦୁଇ ଭାଇ ଯେଉଁ ବନ୍ଧୁକ ଧରି ଥିଲେ ତାହା ସେ ତଳେ ପକାଇ ଦେଇଥିଲେ।କେବଳ ସେତିକି ନୁହେଁ ଜରି ଅଖା ଭିତରୁ ଛ ଟି ନକଲି ଗୁଳି ବାହାରିଛି।ସେ ଗୁଳି ଗୁଡ଼ିକ ପିତ୍ତଳ ରେ ତିଆରି ହୋଇଥିବାର ଜଣାପଡିଛି।
ଜଗନ୍ନାଥ ସାହୁ ଆଉ ବଳରାମ ସାହୁ ଙ୍କୁ ଜେରା କରାଯିବା ପରେ ବର୍ତମାନ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ ଡି ପି ଓ ଦେବଦତ୍ତ ବରାଳ କହିଛନ୍ତି।
ପରବର୍ତ୍ତୀ ତଦନ୍ତ ପରେ ଯେଉଁ ତିନି ଜଣ ଫେରାର ହୋଇଯାଇଛନ୍ତି ତାଙ୍କୁ ମଧ୍ୟ ପୋଲିସ ଖୁବ୍ ଶୀଘ୍ର ଧରିବେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।