ବାଣୀବିହାର ରେ ମଦ ପିଇ ମାତାଲ୍ ହୋଇଗଲେ କଲେଜ୍ ପଢୁଆ ଯୁବତୀ, ମାର୍କେଟ ଉପରେ ଉତ୍ପାତ କରିବା ଅବସ୍ଥା ରେ ଲୋକେ କଲେ ଭିଡିଓ

 
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଝିଅ ମାନେ ଏଭଳି କିଛି କାଣ୍ଡ ଘଟାଉଛନ୍ତି ଯାହାକୁ ଆପଣ ଆଖି ରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ।ମଦ୍ୟପାନ କରି ରାସ୍ତା ରେ ଲୋକ ଙ୍କ ଉପରେ ବିନା ଦୋଷ ରେ ଆକ୍ରମଣ କରୁଛନ୍ତି।
ଏହାକୁ ଅନେକ ଲୋକ ବିରୋଧ କରିବାକୁ ଆରମ୍ଭ କଲେଣି ତଥାପି ଯୁବତୀ ମାନେ ଏଭଳି କାମ କରୁଛନ୍ତି।ନିକଟ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ବାଣୀ ବିହାର ଛକ ରେ।ସେଠାରେ ଜଣେ ଯୁବତୀ ଗୋଟିଏ ଦହିବରା ବେପାରୀ ଙ୍କୁ ଲୋକ ଙ୍କ ସାମନା ରେ ଜୋର୍ ରେ ପିଟି ଛନ୍ତି।
ସୂଚନା ଅନୁସାରେ ଦହିବରା ବେପାରୀ ଜଣକ ଗରିବ ଶ୍ରେଣୀ ର ଲୋକ।ଦହିବରା ବେପାର କରି ସେ ତାର ପରିବାର ଚଳାଇ ଥାଏ।ସେ ତା ନିଜର ଏକ ଦହିବରା ଠେଲା ଭୁବନେଶ୍ୱର ର ବାଣୀ ବିହାର ଛକ ରେ ପକାଇ ଥିଲା।
ସବୁଦିନ ଅନେକ ଯୁବକ ଯୁବତୀ ମାନେ ସେଠାକୁ ଦହିବରା ଖାଇବା ପାଇଁ ଆସନ୍ତି।ହେଲେ ଆଜି ଏଭଳି ଜଣେ ଯୁବତୀ ସେଠାକୁ ଆସି ଥିଲେ ଯିଏ କି ପ୍ରଚୁର ପରିମାଣ ରେ ମଦ୍ୟ ପାନ କରିଥିଲେ।ସେ ଦହିବରା ଖାଇ ସାରିଲା ପରେ ବେପାରୀ ଜଣକ ତାଙ୍କୁ ଟଙ୍କା ମାଗି ଥିଲେ।
ସେହି ଯୁବତୀ ଜଣକ ପ୍ରଥମେ କହିଥିଲେ କି ଟିକେ ରୁହ ଦେଉଛି।କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ଟଙ୍କା ଦେଇ ନ ଥିଲେ।ପୁଣି ଥରେ ବେପାରୀ ଜଣକ ପଇସା ମାଗିବାରୁ ଯୁବତୀ ଜଣକ ରାଗି ଯାଇ ବିଚ୍ ରାସ୍ତା ରେ ଦହିବରା ବେପାରୀ ଙ୍କୁ ଖୁବ୍ ମାରି ଥିଲେ।
ଓ ତାଙ୍କ ପଇସା ଦେବେ ନାହିଁ ବୋଲି ଧମକ ଦେଇଥିଲେ।ଉପସ୍ଥିତ ଲୋକ ମାନେ ଯୁବତୀ ଙ୍କୁ ଅଟକାଇ ବା ପାଇଁ ଚେଷ୍ଟା କରିଥିଲେ।ହେଲେ ସେ କାହାରି କଥା ଶୁଣି ନ ଥିଲେ।ଏହା ପରେ ବେପାରୀ ଭାଇ ଜଣକ ତାଙ୍କୁ କାହିଁକି ମାରୁଛ ବୋଲି ପଚାରି ଥିଲେ।
ଉପସ୍ଥିତ ଲୋକ ମାନେ ପୋଲିସ କୁ ଡକାଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।ମହିଳା ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ଏବେ ପୋଲିସ ଘଟଣା ବିଷୟ ରେ ତଦନ୍ତ ଜାରି ରଖିଛି।