ଏମିତି ଏକ ରହସ୍ୟମୟ ପାହାଡ ଏଠୁ ପଥର ଖଣ୍ଡ ନେଲେ ମୃ-ତ୍ୟୁ ସୁନିଶ୍ଚିତ ଦେଖନ୍ତୁ କେଉଁଠି ଏହି ସ୍ଥାନ

 
ବହୁରୂପୀ ଏଣ୍ଡୁଅ ଭଳି ପାହାଡ଼ ବି ରଙ୍ଗ ବଦଳାଏ। ଦିନ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ପାହାଡ଼ର ରଙ୍ଗ ବଦଳି ଚାଲିଥାଏ।କଥାରେ ଅଛି ଏହି ପାହାଡ଼ରୁ ଯିଏ ବି ପଥର ନିଏ ତାର ଜୀବନ ଚାଲିଯାଏ।
ପଥର ନେଇଥିଲେ ଲୋକେ ପଥର କୁ ଫେରାଇ ଦିଅନ୍ତି।ଆମ ଦୁନିଆରେ ଏମିତି କିଛି ରହସ୍ୟ ମୟ ଜିନିଷ ରହିଛି ଯାହା ଆମକୁ ଅନେକ ସମୟରେ ଆଶ୍ଚର୍ଯ୍ୟ କରି ଦେଇଥାଏ।ଆଖି ଦେଖୁଥିଲେ ବି ମନ ବିଶ୍ୱାସ କରି ପାରେ ନାହିଁ।
ସେମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଏହି ପାହାଡ଼ରେ ଦେଖିବାକୁ ମିଳିଥାଏ।ଏମିତି କହିବାର କାରଣ ହେଉଛି,ଏହି ପାହାଡ଼ ଟି ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଇ ଥିଲା ଭଳି ପାହାଡ଼ ମଧ୍ୟ ରଙ୍ଗ ବଦଳାଏ।
ସକାଳେ ଗୋଟିଏ ରଙ୍ଗ ଥିଲା ବେଳେ, ଦ୍ୱିପହର ଆଉ ଅପରାହ୍ନ ସମୟରେ ମଧ୍ୟ ତାର ରଙ୍ଗ ବଦଳି ଯାଇଥାଏ।ଏହି ପାହାଡ଼ କୁ ଉଲୁରୁ ପାହାଡ଼ ବୋଲି କୁହାଯାଏ।ବିଶାଳ ମରୁ ଅଞ୍ଚଳରେ ଏହି ପାହାଡ଼ ଟି ଏକା ଛିଡ଼ା ହୋଇଛି।ଏହି ପାହାଡ଼ ଟି ଅଷ୍ଟ୍ରେଲିଆ ର ଉତ୍ତର ଅଞ୍ଚଳରେ ରହିଛି।
ଯେଉଁ ଅଞ୍ଚଳରେ କେବଳ ଜନ ଜାତି ମାନେ ବସବାସ କରିଥାନ୍ତି। ତେବେ ୫୦ କୋଟି ବର୍ଷ ପୁରୁଣା ଏହି ପାହାଡ଼ କୁ ୧୮୭୩ ମସିହାରେ ଜଣେ ଇଂରେଜ ଉଦ୍ଭାବନ କରିଥିଲେ।
ଉଲୁରୁ ପାହାଡ଼ ର ଉଚ୍ଚତା ୩୪୮ ମିଟର ହୋଇଥିବା ବେଳେ ୨.୪ କିଲୋ ମିଟର ହେଇଛି ଏହାର ଚଉଡା। ଅଣ୍ଡାକର ଏହି ପାହାଡ଼ର ଗୋଲେଇ ୭ କିଲୋ ମିଟର ହେବ।
ସୂର୍ଯ୍ୟ ଙ୍କ କିରଣ ଦ୍ଵାରା ପାହାଡ଼ ଟି ଯେତେବେଳେ ନାରଙ୍ଗୀ ତ ଆଉ କେତେବେଳେ ଲାଲ ଆଉ କେତେବେଳେ ବାଇଗଣୀ,ଖଇରିଆ ଏବଂ ମାଟିଆ ରଙ୍ଗର ରଙ୍ଗେଇ ହୋଇଥାଏ।
ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ଏହି ପାହାଡ଼ ଟି ପ୍ରତିଟି ସମୟରେ ତାର ରଙ୍ଗ କୁ ବଦଳାଇ ଚାଲିଥାଏ।ଏହି ପାହାଡ଼ କୁ ଜନଜାତି ମାନେ ପୂଜା କରିଥାନ୍ତି।