ଶ୍ରମିକଙ୍କ ଆକାଉଣ୍ଟରେ ପହଞ୍ଚିଲା ୨୦୦ କୋଟି ଦେଖନ୍ତୁ କିଏ ଦେଲା ଏତେ ଟଙ୍କା ଦେଖି ସମସ୍ତେ ହେଲେ ଆଶ୍ଚର୍ୟ୍ଯ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଖବର ଜାଣିବାକୁ ପାଇଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଘଟଣା ହରିୟାଣାରେ ରହୁଥିବା ଜଣେ ଶ୍ରମିକଙ୍କ ସହ ଘଟିଛି।
ଜଣେ ଅଷ୍ଟମ ପାସ୍ ଶ୍ରମିକଙ୍କ ଆକାଉଣ୍ଟରେ ହଠାତ୍ ୨୦୦କୋଟି ଟଙ୍କା ଆସିଥିଲା, ବ୍ୟକ୍ତି ଜଣକ ଏହା ଜାଣିବା ମାତ୍ରେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହରିୟାଣାର ଦାଦ୍ରି ଜିଲ୍ଲାର ବେର୍ଲା ଗାଁରେ ରହୁଥିବା ବିକ୍ରମଙ୍କ ଆକାଉଣ୍ଟରେ ୨୦୦ କୋଟି ଟଙ୍କା ଆସିଥିଲା। 
କିନ୍ତୁ ଏହି ଟଙ୍କା କେଉଁଠୁ ଆସିଛି ସେ ଜାଣି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତିମ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିବା ପରେ ସମଗ୍ର ପରିବାରର ଅବସ୍ଥା ବିଗିଡି ଯାଇଥିଲା,
ୟୁପି ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ପରିବାର ଲୋକେ ହରିୟାଣା ପୋଲିସ ନିକଟରେ ଅଭିଯୋଗ କରି ସାହାଯ୍ୟ ମାଗିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ସେମାନଙ୍କ ସହ ବଡ ଧରଣର ଫ୍ରଡ ହୋଇଛି। 
ସୂଚନା ଅନୁଯାୟୀ ବିକ୍ରମ ଟଙ୍କା ବିଷୟରେ କିଛି ଜାଣି ନଥିବା ବେଳେ ପୋଲିସଠାରୁ ଏହି ବିଷୟରେ ସୂଚନା ପାଇଥିଲେ। ହଠାତ୍ ପୋଲିସ ବିକ୍ରମଙ୍କ ଘରେ ପହଞ୍ଚି ତାଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା।
ତାଙ୍କ ଆକାଉଣ୍ଟରେ ୨୦୦ କୋଟି ଟଙ୍କା କିପରି ଆସିଲା ବୋଲି ପୋଲିସ ତାଙ୍କୁ ପଚାରିଥିଲା । ଏହା ଶୁଣି ବିକ୍ରମ ଏବଂ ତାଙ୍କ ପରିବାର ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ଟଙ୍କା କେଉଁଠୁ ଆସିଲା ସେ ବିଷୟରେ ସେମାନେ କିଛି ବି ଜାଣି ନାହାନ୍ତି ବୋଲି ପୋଲିସ କୁ କହିଥିଲେ। 
ଏହାପରେ ପୋଲିସ ପରିବାରର ସମସ୍ତଙ୍କ ବୟାନ ରେକର୍ଡ କରିଥିଲା। ବର୍ତ୍ତମାନ ବ୍ୟାଙ୍କ ଏହି ଆକାଉଣ୍ଟକୁ ଫ୍ରିଜ୍ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ବିକ୍ରମଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି ଟ୍ରାନ୍ସଫର ହୋଇଛି ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ବିକ୍ରମ ସମସ୍ତ ଉପରିସ୍ଥ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି। ଏହି ଖବର ବର୍ତ୍ତମାନ ସମଗ୍ର ଅଞ୍ଚଳରେ ବ୍ୟାପିବାରେ ଲାଗିଛି।