ପୀଡ଼ିତାଙ୍କୁ ପୋଲିସ୍ କହୁଛନ୍ତି ଏମିତି..ତତେ ଅଠର ହେଲେ ବାହା କରିଦବୁ...!
Oct 23, 2024, 20:17 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଲେଖାଶ୍ରୀ ଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ କହିଥିଲେ କି ପୋଲିସ୍ ବର୍ତ୍ତମାନ ସମୟରେ ଗୋଟେ ଝିଅକୁ ଏହା କହୁଛି କି ୧୮ ବର୍ଷ ହେଲେ ତାଙ୍କ ସେମାନଙ୍କ ମଧ୍ୟରୁ ଯିଏ ତାଙ୍କର ପରିଚିତ ଥିବା ତା ସହ ବାହାଘର କରାଇ ଦେବ। ଆଦିବାସୀ ବର୍ଗର ତିନିଜଣ ପିଲାଙ୍କୁ ପୋଲିସ ଗିରଫ କରିଛି। ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ହରିହର ପାଢ଼ୀ ଙ୍କୁ ଆରେଷ୍ଟ୍ କରି ନାହିଁ।
ଯେ ରାଜ୍ୟରେ ପଞ୍ଚାୟତରାଜ ମନ୍ତ୍ରୀ ଯାହାଙ୍କ ଘରୁ ୩୦୦ ମିଟର ଭିତରେ ଘଟଣା ଘଟିଛି ସେ ଏଯାଏଁ ସେହି ଘଟଣା ସ୍ଥଳକୁ ଯାଇ ନାହାଁନ୍ତି। ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଭେଟି ନାହାଁନ୍ତି। ସେ କହିଥିଲେ କି ରାଜ୍ୟରେ ଭରତୀୟ ଜନତା ପାର୍ଟୀ ଆସିଲା ଦିନଠାରୁ ଗୋଟେ ପରେ ଗୋଟେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ର ନଜର ଦେଖିବାକୁ ମିଳିଛି। ଏବଂ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି ମହିଳାଙ୍କ ଉପରେ ଝିଅଙ୍କ ଉପରେ,
ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗୁଛି ଏହି ଅଳ୍ପଦିନ ଭିତରେ ବାଲେଶ୍ଵର ର ରେମୁଣା ଠାରେ ଗୋଟେ ଆଦିବାସୀ ନାବାଳିକା ଝିଅର ଦୁ-ଷ୍କ-ର୍ମ ଘଟଣା ଘଟିଛି। ଏଥି ସହ ନବରଙ୍ଗପୁର ରେ ଓ ରାଉରକେଲା ରେ ମଧ୍ୟ ଘଟିଛି। ଭରତପୁର ରେ ମେଜର ଆଉ ତାଙ୍କର ବାନ୍ଧବୀଙ୍କ ଉପରେ ଯେଉଁ ପୋଲିସର ଦୁର୍ବ୍ୟବହାର ସେକଥା ମଧ୍ୟ ଲୋକ ଲୋଚନକୁ ଆସିଛି। ଏହି ଅଳ୍ପଦିନ ତଳେ ଜଣେ କୋଷ୍ଟ ଗାର୍ଡ ରେ କାମ କରୁଥିବା ଅଧିକାରୀଙ୍କ ଉପରେ ମଧ୍ୟ,
ଦୁର୍ବୃତ୍ତ ଙ୍କ ଆକ୍ରମଣର କଥା ଆସିଛି। ସବୁ ଇଙ୍ଗିତ କରୁଛି କି ଶାସନ ଚଳାଇବାରେ ରାଜ୍ୟ ସରକାର ଅକ୍ଷମ ହୋଇ ପଡ଼ିଛନ୍ତି। ଦୁର୍ବୃତ୍ତ ମାନଙ୍କ ସାହାସ ବଢ଼ି ଯାଇଛି। ଆଉ ସେମାନେ ଖୋଲାଖୋଲି ଭାବରେ ଆଇନ୍ ଉଲଘଂନ କରିବାକୁ ମଧ୍ୟ ଡରୁ ନାହାଁନ୍ତି। ପ୍ରଶାସନ ମଧ୍ୟ କେତେ ଘଟଣାକୁ ଚାପି ଦେଉଛି ବୋଲି ଲେଖାଶ୍ରୀ କହିଥିଲେ। ଏଭଳି ଅନେକ କଥା ସେ କହିଛନ୍ତି ଯାହାକି ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଜାଣି ପାରିବେ।