ପୁରୁଷ ସପକ୍ଷରେ ବାହାରିଲେ ବାବା ବଳିଆ କହିଲେ ମୁଁ ସୁପ୍ରିମକୋର୍ଟ ଯିବି.. !
Jan 1, 2025, 13:15 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ପୁରୁଷମାନେ ନିର୍ଯ୍ୟାତିତ ହେଉଛନ୍ତି ଆଉ ଏବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବାବା ବଳିଆ । ବାବା ପୁରୁଷ ସମାଜକୁ ନେଇ ଏବେ କିଛି କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ମହିଳା କମିଶନ ଯୋଗୁଁ ବଢୁଛି ପୁରୁଷ ନିର୍ଯ୍ୟାତନା ବୋଲି ଏବେ ଖବର ଆସିଛି । ମହିଳାଙ୍କ ଯୋଗୁଁ ପୁରୁଷମାନେ ନିର୍ଯ୍ୟାତିତ ହେଉଛନ୍ତି ବୋଲି ଏବେ ସୂଚନା ମିଳିଛି ।
ବୁଢ଼ା ବାପା ମା ମଧ୍ୟ ଯେଉଁ ବୟସରେ ପୁଅ ବୋହୂଙ୍କ ସେବା ପାଇବା କଥା ସେହି ବୟସରେ ହଇରାଣ ହେଉଛନ୍ତି । ଆଉ ଏନେଇ ମଧ୍ୟ ପିତୃମାତୃ କମିଶନ ରହିବା କଥା ବୋଲି ବା ଆସିବ ବୋଲି ସୂଚନା ମିଳିଛି । ଅବହେଳିତ ଏବଂ ନିଷ୍ପେସିତ ହେଉଛନ୍ତି ଅନେକ ବୃଦ୍ଧ ବାପା ମାଆ । ଏବେ ତାଙ୍କର ଦୁଃଖ ପାଇଁ ବହୁତ ଶୀଘ୍ର ସୁପ୍ରିମ କୋର୍ଟ ଯିବେ ବାବା ବଳିଆ । ଏବେ ଏଭଳି କିଛି କହିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ଦେଶରେ ଏବଂ ରାଜ୍ୟରେ ପୁରୁଷମାନେ ନିର୍ଯ୍ୟାତିତ ହେଉଛନ୍ତି । ଏବେ ତାଙ୍କ କଥା ଭାବି ବାବା ଏଭଳି କହିଛନ୍ତି ।
ଏଭଳି କିଛି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି । ପୁରୁଷ କମିଶନ ହେବା ନିହାତି ଦରକାର ବୋଲି ବାବା ବଳିଆ କହିଛନ୍ତି । ବାବା ବଳିଆ ଏବେ ପୁରୁଷମାନଙ୍କ ପାଇଁ ଚିନ୍ତା କରିଛନ୍ତି । ପ୍ରତ୍ୟେକ ରାଜ୍ୟରେ ପୁରୁଷ କମିଶନ ହେବା କଥା ଯାହାଦ୍ଵାରା ପୁରୁଷମାନେ ନ୍ୟାୟ ପାଇବେ । ପୁରୁଷମାନଙ୍କ ଉପରେ ଅନେକ ଅତ୍ୟାଚାର ଆଉ ନିର୍ଯ୍ୟାତନା ହେଉଛି ଆଉ ଯେଉଁଥିପାଇଁ ପୁରୁଷ କମିଶନ ରହିବା ଉଚିତ୍ ବୋଲି କହିଛନ୍ତି ବାବା ବଳିଆ । ମହିଳା କମିଶନ ସ୍ଵାଗତ ଯୋଗ୍ୟ କିନ୍ତୁ ମହିଳା କମିଶନ ପାଇଁ ଏଭଳି ହେଉଛି ।
ମହିଳା କମିଶନ ପାଇଁ ପୁରୁଷମାନେ ଅଧିକ ନିର୍ଯ୍ୟାତିତ ହେଉଛନ୍ତି ବୋଲି ଖବର ଆସିଛି । ପଦ୍ମଶ୍ରୀ ବାବା ଗୁରୁ ବଳିଆ କହିଛନ୍ତି ପୁରୁଷ ମାନଙ୍କୁ ଅଣଦେଖା କରାଯାଉଛି ଆଉ ତାଙ୍କୁ ଅନେକ ବାଧାବିଘ୍ନ ସାମ୍ନା କରିବାକୁ ପଡୁଛି । ସେଥିପାଇଁ ତାଙ୍କୁ ନ୍ୟାୟ ଦେବା ପାଇଁ ପୁରୁଷ କମିଶନ ରହିବା କଥା ବୋଲି ବାବା ବଳିଆ କହିଛନ୍ତି । ଏହାସହ ଅନେକ ବୃଦ୍ଧ ବାପା ମାଆ ଅବହେଳିତ ହେଉଛନ୍ତି ଏବଂ ଅନେକ ଦୁଃଖରେ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ କମିଶନ ରହିବା ଉଚିତ୍ । ପିତୃମାତୃ କମିଶନ ରହିଲେ ହୁଏତ ବୃଦ୍ଧ ବାପା ମାଆ ଏତେ ହଇରାଣ ହେବେ ନାହିଁ । ଏବେ ଏହିସବୁକୁ ନେଇ ବାବା ବଳିଆ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।