ସାଙ୍ଗ ହୋଇ ଯାଇଥିଲେ ଆଉ... ଅଚାନକ ମ-ରିଗଲେ ଦୁଇଜଣ ଝିଅ!!

 

ଦୁଇ ଭଉଣୀ ସାଙ୍ଗ ହୋଇ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉ ଥିବା ସମୟରେ କୌଣସି କାରଣରୁ ପାଣିରେ ବୁଡ଼ି ଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ସାଙ୍ଗ ହୋଇ ଯାଇଥିଲେ ଆଉ ସାଙ୍ଗରେ ଗଲା ଦୁଇ ଭଉଣୀଙ୍କ ଜୀବନ। ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ଯିବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ।

ପରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ମେଡ଼ିକାଲକୁ ଅଣା ଯାଇଥିଲେ ବି ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିବା ପରେ ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଖୋରସାହାପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ମାନସ ବେହେରାଙ୍କ ଦୁଇ ଝିଅ ରାଜଲକ୍ଷ୍ମୀ ଓ ଭାଗ୍ୟଲକ୍ଷ୍ମୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

ତେବେ ହୁଏତ ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ଜଣକ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଉଥିବାର ଦେଖି ଅନ୍ୟ ଭଉଣୀ ଜଣକ ତାକୁ ବଞ୍ଚାଇବାକୁ ଯାଇଥିଲେ। କିନ୍ତୁ ଉଭୟ ପୋଖରୀର ଗଭୀର ପାଣିରେ ବୁଡ଼ି ଯିବାରୁ ସେମାନଙ୍କୁ ଘରକୁ ଫେରିବାକୁ ବିଳମ୍ବ ହେଇ ଥିଲା। ତେଣୁ ପରିବାର ଲୋକମାନେ ଖୋଜା ଖୋଜି କରି ଶେଷରେ ପଖୋରୀ ପାଖରେ ପହଞ୍ଚି ଉଭୟ ଭଉଣୀଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ।

କିନ୍ତୁ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ମେଡ଼ିକାଲ ପରିସର। ପରେ ଖବର ପାଇ ସୋର ପୋଲିସ୍ ମେଡ଼ିକାଲରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଛନ୍ତି। ସେପଟେ ଏକାଥରକେ ଦୁଇ ଭଉଣୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।