ସରକାରୀ କାର୍ଯ୍ୟାଳୟ ଆଗରେ ଦୁଇ ମହିଳା ଏ କଣ କରୁଛନ୍ତି...?

 
ସରକାରୀ କାର୍ଯ୍ୟାଳୟ ଆଗରେ ଦୁଇ ମହିଳାଙ୍କ ମଧ୍ୟରେ ଚାଲିଛି ଟଣା ଓଟରା। ଜଣେ ପଚାରୁଛନ୍ତି କି ଆପଣଙ୍କ ଅସୁବିଧା କଣ? ଆଉ ଜଣେ ଏହାର ଉତ୍ତର ଦେଇଛନ୍ତି କି ପାଟି ବନ୍ଦ୍। ତେବେ କାହିଁକି ଏଠାରେ ଧାରଣା ଦେଇଛନ୍ତି ମହିଳା ଆଉ ଏହି ମହିଳା ଜଣକ କିଏ ଯିଏକି ତାଙ୍କର ଧାରଣା ଦେବାକୁ ବିରୋଧ କରୁଛନ୍ତି ତାହାର ଏବେ ସବୁ ସତ ଆପଣଙ୍କୁ କହିବାକୁ ଯାଉଛୁ। ପ୍ରଥମେ ଜଣେ ମହିଳା ହାତରେ ବୋଡ ଧରି ମହାନଗର ନିଗମର କମିଶନର ଆଗରେ ଧାରଣା ଦେଇଥିଲେ।
ସେତିକି ବେଳେ ହିଁ ଅନ୍ୟଜଣେ ମହିଳା ଆସି ତାଙ୍କର ଧାରଣା କୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିଥିଲେ। ପରେ ତାଙ୍କ ଭିତରେ ଆରମ୍ଭ ହୋଇ ଯାଇଥିଲା କଥା କଟାକଟି। ଏହି ମହିଳା ଦଳ ହେଉଛନ୍ତି ପାର୍ବତୀ ରେଡ୍ଡୀ। ସ୍ଵଚ୍ଛ ସଚିବ ଚାକିରୀ ରୁ ବାହାର କରିବା ନେଇ ନିରପେକ୍ଷ ତଦନ୍ତ ସହିତ ଚାକିରୀ ରେ ପୁନଃ ଅବସ୍ଥାପିତ କରିବା ଦାବିରେ ବ୍ରହ୍ମପୁର ମହାନଗର ନିଗମ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସେ।
ଗତ ୨୦୨୦ ମସିହାରେ ପାର୍ବତୀ ସ୍ୱଚ୍ଛ ସଚିବ ଭାବରେ ଚାକିରୀ ପାଇଥିଲେ।୨୦୨୧ ରେ ସେ ୮ ଲକ୍ଷ ୬୭ ହଜାର ର କାର୍ଯ୍ୟ କରିବା ପରେ ତାହା ତାଙ୍କର ଏସଏଚଜି ଙ୍କୁ ମହାନଗର ନିଗମ ପକ୍ଷରୁ ଦିଆ ଯାଇଥିଲା। ଆଉ କମିଶନ ହିସାବରେ ୭.୫ ପ୍ରତିଶତ ଦିଆଯିବ ବୋଲି ଲିଖିତ ଭାବରେ ନିଗମ ପକ୍ଷରୁ ଦିଆ ଯାଇଥିଲା। ହେଲେ କର୍ପୋରେଟର ଭାବରେ ସୂର୍ଯ୍ୟକାନ୍ତ ସୁବୁଦ୍ଧି ନିର୍ବାଚିତ ହେବା ପରେ ସେ ଚାରି ପ୍ରତିଶତ କମିଶନ ମାଗିଥିଲେ।
ଯାହା ଫଳରେ ତାଙ୍କୁ ଆସୁଥିବା ୬୮ ହଜାର ରୁ ସେ ୪୩ ହଜାର ଦେଇଥିଲେ। ବଳକା ୨୫ ହଜାର ବ୍ୟାଙ୍କ୍ ନିଜେ କାଟି ଦେଇଥିଲା। ଏକ ପାଖିଆ ହୋଇ କମିଶନର ପାର୍ବତୀଙ୍କୁ ବାହାର କରି ଦେଇଥିଲେ। ପୁଣି ଥରେ ନିରପେକ୍ଷ ତଦନ୍ତ ର ଯାଞ୍ଚ୍ ଦାବି କରିଛନ୍ତି ପାର୍ବତୀ। ପାର୍ବତୀ ଧାରଣାରେ ବସିଥିବା ବେଳେ ଗାନ୍ଧିନଗର ମହିଳା କର୍ପୋରେଟର ତାଙ୍କୁ ଧାରଣା ରୁ ଉଠିବାକୁ କହିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହୋଇଥିଲା।