ପାକିସ୍ତାନ ଖେଳିବ ସେମି ଫାଇନାଲ ଦେଖନ୍ତୁ ଖାଲି କରିବାକୁ ପଡ଼ିବ ଏମିତି - Cricket Dhamaka

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳିତ ବିଶ୍ଵକପ୍ ରେ ୩ଟି ଦଳ ସେମିଫାଇନାଲ ପହଞ୍ଚି ସାରିଥିବାବେଳେ ଆଉ କେବଳ ଗୋଟିଏ ସ୍ଥାନ ବାକି ରହିଛି। ଆଉ ସେହି ଗୋଟିଏ ସ୍ଥାନକୁ କବଜା କରିବା ପାଇଁ ୩ଟି ଦଳ ମୁହାମୁହିଁ ହୋଇଛନ୍ତି।
ପ୍ରଥମରୁ ଭାରତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପୂର୍ବରୁ ସେମି ରେ ଟିକେଟ ନିଜ ନାମରେ କରିନେଇଛନ୍ତି। କିନ୍ତୁ କେବଳ ଗୋଟିଏ ଦଳ ସେମିକୁ ଯାଇପାରେ। 
ଆଉ ସେହି ଗୋଟିଏ ଦଳ ହେଉଛି ନିଉଜଲ୍ୟାଣ୍ଡ। ତେବେ ଏହାରି ଭିତରେ ପାକିସ୍ତାନ ଦଳର ସେମିଫାଇନାଲ ଆଶା ଏବେ ମଧ୍ୟ ଜୀବିତ ରହିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବି କେମିତି ପାକିସ୍ତାନ ବିଶ୍ଵକପ ସେମିଫାଇନାଲରେ ପହଞ୍ଚି ପାରିବ।
ତେବେ ନଭେମ୍ବର ୧୧ ରେ ଇଂଲଣ୍ଡକୁ ୨୮୭ ରନରେ ପରାସ୍ତ କରିବାକୁ ପଡିବ। ଟାର୍ଗେଟକୁ ପିଛା କରିବା ବେଳେ ୨୮୪ ବଲ ବାକି ରହି ମ୍ୟାଚକୁ ଜିତିବାକୁ ପଡିବ, ଯାହା ଅସମ୍ଭବ ମନେହୁଏ। 
ଯଦି ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତେବେ ଦକ୍ଷିଣ ଆଫ୍ରିକାକୁ ୪୩୮ ରନ୍ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ। ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ।
୧୭୧ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ ବିଜୟୀ ହୋଇଛି। ତେବେ ଅନ୍ୟ ପକ୍ଷରେ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି ଶ୍ରୀଲଙ୍କା ଦଳ। 
ହାଇ ରନ୍ ରେଟ୍ ଥିବାରୁ ନ୍ୟୁଜିଲାଣ୍ଡ ସେମିଫାଇନାଲ ଯିବା ନିଶ୍ଚିତ ହୋଇ ସାରିଛି। କାରଣ ପାକିସ୍ତାନ ଓ ଆଫଗାନିସ୍ତାନ ଏତେ ବଡ଼ ଆଧାରରେ ବିଜୟ ହେବା ଅସମ୍ଭବ ଅଟେ।
ତେବେ ଏସବୁ ଭିତରେ ଗୋଟିଏ କଥା ଜଣା ପଡୁଛି ଯେ ଭାରତ ସହ ପ୍ରଥମ ସେମିଫାଇନାଲରେ ଯିଏ ଖେଳିବ ସେ ହେଉଛି କିୟୁ ଦଳ। ଯାହାକି ଏକପ୍ରକାର ସ୍ତିର ହୋଇସାରିଛି। ଯଦି ପାକିସ୍ତାନ ସହ ଭାରତ ଖେଳିବ ତେବେ ଦଳକୁ ଏକ ବଡ ଚମତ୍କାର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ।