ଅଧା ରହିଗଲା ଜଗା ଦର୍ଶନ ଲାଗିଲା ଭୟଙ୍କର ନିଆଁ ଦେଖନ୍ତୁ Exclusive Visual

 
ଅଧା ରହିଗଲା ଜଗତର ନାଥ ଜଗନ୍ନାଥ ଙ୍କ ଦର୍ଶନ।ପୁରୀ ବୁଲିବାକୁ ଆସୁଥିବା ବେଳେ ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳି ଗଲା ଏକ ବସ୍।ସାକ୍ଷୀ ଗୋପାଳ ମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ସତ୍ୟବାଦୀ ବନବିଦ୍ୟାଳୟ ସମ୍ମୁଖରେ ବସ୍ ରେ ଲାଗିଗଲା ନିଆଁ।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
କେମିତି ରାସ୍ତାରେ ହୁତୁହୁତୁ ହୋଇ ବସ୍ ଜଳୁଛି।ରୋଷେଇ ବେଳେ ଗ୍ୟାସ୍ ଲିକ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ତେବେ ସମସ୍ତ ବସ୍ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।
ଭୟଙ୍କର ଅଗ୍ନିକାଣ୍ଡ କୁ ଦେଖି ଅଗ୍ନିଶମ ବାହିନୀ ଙ୍କୁ ଖବର ଦିଆ ଯାଇଥିଲା।ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ।ଏବଂ ନିଆଁ କୁ ଆୟତ୍ତ କରିଥିଲେ।ବର୍ତ୍ତମାନ ସବୁକିଛି ଠିକ୍ ଅଛି।
କାହାର କ୍ଷତି କିଛି ହୋଇନାହିଁ।ସୂଚନା ଅନୁସାରେ ଯାତ୍ରୀ ମାନେ ଉତ୍ତର ପ୍ରଦେଶ ରୁ ପୁରୀ ବୁଲିବାକୁ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି। ବସ୍ ଭିତରେ ଏତେ ଯାତ୍ରୀ ଯାଉଥିବା ବେଳେ ରୋଷେଇ କରାଯାଇଥିଲା।
ଅସାବଧାନତା କାରଣରୁ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବାର ଦେଖିବାକୁ ମିଳିଛି।ନିଆଁ ର ପ୍ରଭାବ ଏତେ ଅଧିକ ରହିଥିଲା ଯେ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ମୟ ହୋଇ ଯାଇଥିଲା।
ଟିକେ ଅସାବଧାନତା ଯୋଗୁ ଯାତ୍ରୀ ମାନଙ୍କର କିଛି ବି ଅଘଟଣ ଘଟି ଥାନ୍ତା।ପର୍ଯ୍ୟଟକ ମାନେ ଏହି ଘଟଣା ଦେଖିବା ପରେ ବହୁତ ଭୟଭୀତ ହୋଇ ପଡିଛନ୍ତି। ଗଣମାଧ୍ୟମ ସାମ୍ନାରେ ଜଣେ ବ୍ୟକ୍ତି ଏହି ବିଷୟରେ କହିଛନ୍ତି।
ସେମାନେ ସମସ୍ତେ ବହୁତ ଖୁସି ମନରେ ଜଗତର ନାଥ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ଆସିଥିଲେ।କିନ୍ତୁ ରାସ୍ତାରେ ଆସୁଥିବା ବେଳେ ଏଭଳି ଘଟଣା ଘଟିଗଲା।ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।