ଅଞ୍ଜଳି ର ପରିବାର କୁ ସହାୟତା ର ହାତ ବଢେଇଲେ କିଙ୍ଗ ଖାନ୍, କହିଲେ ବ୍ୟସ୍ତ ହୁଅନି ମୁ ଅଛି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ଅଞ୍ଜଳି ସିଂ ଙ୍କ ପରିବାର କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଶାହରୁକ୍ ଖାନ। ବିପଦର ସମୟରେ ତାଙ୍କ ସହ ଛିଡ଼ା ହୋଇଛନ୍ତି
 ଶହାରୁକ୍ ଖାନ ଏବଂ ତାଙ୍କର Meer foundation। ନିଜ ବାପା ଙ୍କ ନାମରେ ସେ Meer foundation ଆରମ୍ଭ କରିଥିଲେ। ଶାହରୁକ ଙ୍କ ବାବା ଥିଲେ ମିର ତାଜ୍ ମହମ୍ମଦ। ଏହି foundation ତରଫ ରୁ ଅଞ୍ଜଳି ଙ୍କ ପରିବାର କୁ ଏକ ଆମାଉଣ୍ଟ ଦିଆ ଯାଇଛି।
ହେଲେ କେତେ ଟଙ୍କା ଦିଆ ଯାଇଛି ସେ ସମ୍ପର୍କ ରେ କିଛି କୁହା ଯାଇ ନାହିଁ। ଦିଲ୍ଲୀରେ ଡିସେମ୍ବର ୩୧ ରାତିରେ ହୋଇଥିବା ସେହି ଘଟଣା ଯେଉଁଥିରେ କି ଏକ କାର ଅଞ୍ଜଳି କୁ ୧୨ କିଲୋମିଟର ଘୋଷାଡି ନେଇଥିଲା।
ଯେଉଁଥିରେ କି ତାଙ୍କର ମୃ-ତ୍ୟୁ ମଧ୍ୟ ହୋଇ ଯାଇଥିଲା। ଏବଂ ଅଞ୍ଜଳି ତାଙ୍କ ପରିବାର ରେ ଏକ ମାତ୍ର ହିଁ ରୋଜଗାରିଆ ଝିଅ ଥିଲେ। ତାଙ୍କ ପରିବାର ଏବେ ବେସାହାରା ହୋଇ ଯାଇଛନ୍ତି।
ଘଟଣା ଟି ଏତେ ବର୍ବର ଓ ଲୋମ ହର୍ଷଣକାରୀ ଅଟେ ଯାହାକୁ କି ବର୍ଣ୍ଣନା କରିବା ମଧ୍ଯ କଷ୍ଟକର ଅଟେ। ପୋଲିସ ଏହି ମାମଲାରେ ମଧ୍ଯ ସାତ ଜଣକୁ ଗିରଫ କରିଛି। ପୋଲିସ ଅଞ୍ଜଳି ଙ୍କ ସାଙ୍ଗ ନିଧି ଙ୍କ ଷ୍ଟେଟମେଣ୍ଟ ମଧ୍ୟ ନେଇଛି।
ଅଞ୍ଜଳି ଙ୍କ ପରିବାର ଏବେ ଦୁର୍ଦ୍ଦିନ ରେ ଦିନ କାଟୁଛି। ଆଉ ଏହି ସମୟରେ ଶାହାରୁକ୍ ଖାନ ଙ୍କ foundation ତାଙ୍କ ପରିବାର ପ୍ରତି ମହନୀୟତା ଦେଖାଇଛି।
ଏବେ ଏହା ଅନୁସନ୍ଧାନ ଚାଲିଛି କି ତାହା ଆକସ୍ମିକ ଘଟଣା ଥିଲା ନା ଥିଲା ଏକ ଦୁର୍ଘଟଣା। ପୋଲିସ ଏବେ ଏହି ଘଟଣାର ଜୋରଦାର ଖୋଳତାଡ଼ କରିବାରେ ଲାଗି ପଡ଼ିଛି।
ଏବେ ଦେଖିବା ବାକି ରହିଲା କି ଏହି ଘଟଣାର ପ୍ରକୃତ ଦୋଷୀ କିଏ ଏବଂ ଏହି ପ୍ରକୃତ ଦୋଷୀ କେବେ ଲୋକ ଲୋଚନ କୁ ଆସୁଛି ଏବଂ ତାକୁ କେଉଁ ଶାସ୍ତି ଦିଆ ଯାଉଛି।