ହୃଦୟକୁ ଛୁଇଁଗଲା ମିତରେ ମିତ ଗୀତ ଦେଖନ୍ତୁ ଅନୁଭବ ମହାନ୍ତି ହେଲେ ଭାବ ବିହ୍ୱଳ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦର୍ଶକ ବନ୍ଧୁ ଗତ କାଲି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ନିର୍ଦ୍ଦେଶକ ଏବଂ ଫିଲ୍ମ ମେକର ବସନ୍ତ ନାୟକ ଜୟନ୍ତୀ ଥିଲା। ଏହି ଉତ୍ସବରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ।
ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ ଯାହାଙ୍କ ଗୋଟିଏ ଗୀତ ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଓ ହିଟ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ହିଟ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ। 
ଏହି ଗୀତ ଟି ହେଉଛି 'ମିତ ରେ ମିତ' ଏହି ଗୀତ ଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ। ଏହି ଗୀତ ଟି କିଏ ଗାଇଛନ୍ତି ତାହାଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଏହି ଗାୟକ ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ପ୍ରତିଷ୍ଠିତ ଗାୟକ ଟି ସୌରି।
ତେବେ ବନ୍ଧୁଗଣ ଏହି ଉତ୍ସବ ରେ ଯୋଗ ଦେଉଥିବା କଣ୍ଠ ଶିଳ୍ପୀ ଟି. ସୌରୀଙ୍କ ମିତରେ ମିତ ଗୀତ ଟି ମୋହିଲା ଶ୍ରୋତାଙ୍କ ମନ। ତେବେ ବନ୍ଧୁଗଣ ମିତରେ ମିତ ଗୀତ ଟି ଶୁଣି ଭାବ ବିହୁଳ ହୋଇ ସିଟ୍ ରୁ ଉଠି ପଡିଲେ ଅନୁଭବ ମହାନ୍ତି। 
ଏହି ଗୀତଟି ଆଇ ଲଭ ୟୁ ସିନେମା ର ଗୀତ। ଆଇ ଲାଭ ୟୁ ଏମିତି ଗୋଟେ ସିନେମା ଯେଉଁ ସିନେମା ହେଉଛି ସିନେମାର ଇତିହାସ ଜାରି କରିଛି।
ତେବେ ୨୦୦୪ ମସିହାରେI ଆଇ ଲଭ୍ ୟୁ ଚଳଚିତ୍ର ମାଧ୍ୟମରେ ବସନ୍ତ ନାୟକଙ୍କର ବ୍ୟାନରରେ ପ୍ରଥମ କରି ଓଡିଆ ସିନେ ଜଗତରେ ପାଦ ଦେଇଥିଲେ ଅଭିନେତା ଅନୁଭବ କହିଛନ୍ତି।
ଯେତେବେଳେ ଅନୁଭବ ଙ୍କର ଫାର୍ଷ୍ଟ ଫିଲ୍ମ ଆଇ ଲଭ୍ ୟୁ ହଲରେ ରିଲିଜ ହୋଇଥିଲା। ସେତେବେଳେ ବହୁତ ଲୋକ ତାଙ୍କର ମଜାକ ଉଡାଇଥିଲେ। 
ତେବେ ଆଇ ଲଭ୍ ୟୁ ସିନେମାକୁ ହଲରେ ଚଳାଇବା ପାଇଁ ମଧ୍ୟ କେହି ରାଜି ହେଉନଥିଲେ। ତେବେ ସେଇ ଫିଲ୍ମର ପ୍ରଥମ ହଲରେ ରିଲିଜ ହେବା ଦିନ ଅନୁଭବ ବହୁତ ନର୍ଭସ ଥିଲେ।
ହେଲେ ସାର ବସନ୍ତ ନାୟକ ଅନୁଭବଙ୍କୁ ଆଶୀବାଦ ଦେଇ ଫିଲ୍ମ ହିଟ୍ ହେବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ। ତାହା ପରେ ଅନୁଭବଙ୍କର ସିନେମା ଜଗତର ଜର୍ଣ୍ଣୀ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି।