ବାହାଘର ୧୪ ବର୍ଷ ପରେ ସ୍ତ୍ରୀ ଏବଂ ୨ ପିଲାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କଲା ରସିକିଆ ସ୍ଵାମୀ

 

ସ୍ବାମୀଙ୍କ ଦ୍ଵିତୀୟ ବିବାହ କୁ ବିରୋଧ କରି ଧାରଣା ରେ ବସିଲେ ପ୍ରଥମ ସ୍ତ୍ରୀ।ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାର ପୋଡ଼ା ଢିଅ ଗ୍ରାମ ରେ ଦେଖିବାକୁ ମିଳିଛି।

ଖୋର୍ଦ୍ଧା ଜିଲ୍ଲା ପୋଡ଼ା ଗ୍ରାମର ବସନ୍ତ ରାଉତ ଇଟା ମାଟି ଥାନା ଅନ୍ତର୍ଗତ ବଡ଼ ପାଣ୍ଡୁସର ଗ୍ରାମର ମଞ୍ଜୁ ଲତା ରାଉତ ଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ।

ତାଙ୍କର ଏବେ ୧୩ ବର୍ଷର ପୁଅ ଓ ୯ ବର୍ଷର ଝିଅ ଅଛନ୍ତି।କିଛି ଦିନ ଧରି ମନ ମାଳିନ୍ୟ ଘଟି ମଞ୍ଜୁ ଲତା ପାଇଁ ତାଙ୍କ ବାପ ଘରେ ରହୁଥିଲେ।

ସ୍ଵାମୀ ମଧ୍ୟ ମଞ୍ଜୁ ଲତା ଙ୍କୁ ଘରକୁ ଡାକୁ ନଥିଲେ।କିଛି ମାସ ପୂର୍ବରୁ ମଞ୍ଜୁ ଲତା ଖବର ପାଇଥିଲେ ଯେ ତାଙ୍କ ସ୍ବାମୀ ପୋଡ଼ା ଢିଅର ଜଣେ ଜୈନିକ ମହିଳା ଙ୍କୁ ବିବାହ କରିଛନ୍ତି।
ଏବଂ ବର୍ତ୍ତମାନ ଜଣାପଡିଛି ଯେ ସ୍ବାମୀ ବସନ୍ତ ତାଙ୍କ ଦ୍ବିତୀୟ ସ୍ତ୍ରୀ ଙ୍କ ଘରେ ରହୁଛନ୍ତି।ଏହି ଖବର ଶୁଣିବା ପରେ ମଞ୍ଜୁ ଲତା ତାଙ୍କ ପୁଅ ଆଉ ଝିଅ ଙ୍କ ସହିତ ଆସି ପୋଡ଼ା ଢିଅ ରେ ସ୍ଵାମୀ ବସନ୍ତ ରହୁଥିବା ଦ୍ଵିତୀୟ ପତ୍ନୀ ଙ୍କ ଘର ଦୁଆର ମୁହଁରେ ଧାରଣା ଦେଇଛନ୍ତି।
ତେବେ ମଞ୍ଜୁ ଲତା ଧାରଣା ଦେଇଥିବା ସମୟରେ ବସନ୍ତ ଙ୍କ ଦ୍ଵିତୀୟ ପତ୍ନୀ ଙ୍କ ପରିବାର ଲୋକଙ୍କ ପକ୍ଷରୁ ଅତ୍ୟାଚାର କରାଯାଇଥିବା ବାଘାମାରି ଥାନାରେ ଅଭିଯୋଗ କରାଯାଇଛି।
ଅପର ପକ୍ଷରେ ମଞ୍ଜୁ ଲତା ମଧ୍ୟ ସ୍ବାମୀ ଙ୍କ ର ଦ୍ଵିତୀୟ ପତ୍ନୀ ଙ୍କ ର ମା ଏବଂ ସାନ ଭାଇ ମାଡ଼ ମାରିଥିବା ନେଇ ବାଘାମାରି ଥାନାରେ ଅଭିଯୋଗ ରେ ପାଲଟା ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ଭିଡିଓ ରେ ଦେଖିବାକୁ ମିଳିଛି ମଞ୍ଜୁ ଲତା ରାଉତ ଏବଂ ତାଙ୍କର ପୁଅ ଆଉ ଝିଅ ସ୍ବାମୀ ଙ୍କ ଶଶୁର ଘର ଦୁଆରେ ବସି ରହୁଛନ୍ତି। ମଞ୍ଜୁ ଲତା କହିଛନ୍ତି ତାଙ୍କୁ ନ୍ୟାୟ ଦରକାର।
ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।