ଖୁସି ଖବର ଓଡ଼ିଶା ରେ ମିଳିଲା ପେଟ୍ରୋଲ ର ସନ୍ଧାନ ଏବେ ଏହି ଉପାୟରେ ବାହାରିବ ପେଟ୍ରୋଲ ଦେଖନ୍ତୁ କେମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ସବୁଠାରୁ ବଡ଼ ଖବର ଆସି ପହଞ୍ଚିଛି କି ପୁରୀରେ ପେଟ୍ରୋଲ ମୀଳିଛି ଏବଂ ଏଥି ସହ ପ୍ରାକୃତିକ ଗ୍ୟାସ ର ମଧ୍ୟ ସନ୍ଧାନ ମିଳିଛି। ଏବଂ ଏହା ପୁରୀର ଗୋପ ରେ ଦେଖିବାକୁ ମିଳିଛି। ଅଏଲ ଇଣ୍ଡିଆ ଟିମ୍ ୩୭ ଜଣ ହିତାଧକାରୀଙ୍କୁ ଚେକ୍ ମଧ୍ଯ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ୧୦ କୋଟି ରୁ ଅଧିକ ଚେକ୍ ପ୍ରଦାନ କରାଯାଇ ଅଛି।
ଗୋପ ଅଞ୍ଚଳ ର କୁସୁପୁର ଠାରେ ଆଠ ଏକର ଜାଗା ମଧ୍ଯ ଚିହ୍ନଟ କରାଯାଇ ଥିଲା। ସେହିପରି ମହର ପଡ଼ା ପଞ୍ଚାୟତ ଚିଟାରା ମୌଜା ରେ ମଧ୍ୟ ଆଠ ଏକର ଜାଗା ଚିହ୍ନଟ କରାଯାଇ ଅଛି। ଖୁବ ଶୀଘ୍ର ଚିହ୍ନଟ ହୋଇ ଥିବା ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅଏଲ ଇଣ୍ଡିଆ କର୍ତୃପକ୍ଷ। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ଆଗରୁ ଏଭଳି ଖବର କେବେ ମଧ୍ୟ ଶୁଣିବାକୁ ମିଳିନଥିଲା ତେଣୁ ଏଭଳି ଭାବରେ ହଠାତ୍ ପୁରୀରେ ପ୍ରାକୃତିକ ଗ୍ୟାସ ମିଳିବା ବାସ୍ତବରେ ଚାରିଆଡ଼େ ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ସବୁ ଠାରୁ ବଡ ଘଟଣା ହେଉଛି ଅଏଲ ଇଣ୍ଡିଆ ର ମ୍ୟାନେଜର ଓ ୧୦ ଜଣ କର୍ତୁପର୍କ୍ଷ ସେଠାରେ ୩୭ ଜଣ ହିତାଧିକାରୀ ଙ୍କୁ ଚେକ୍ ମଧ୍ଯ ପ୍ରଦାନ କରିଛନ୍ତି।
ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ର ମୂଲ୍ୟ କଣ ତାହା ଆପଣଙ୍କ ଛଡ଼ା ଅନ୍ୟ କେହି ଆଉ ଭଲ ଭାବରେ ବୋଧ ହୁଏ ଜାଣି ନଥିବେ। ତେବେ ଏଭଳି ଭାବରେ ପୁରୀରୁ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ଚିହ୍ନଟ ହେବା ନିଶ୍ଚିତ ଭାବରେ ଏକ ଭଲ ଖବର ଅଟେ।