ଅଜଗର ପେଟରେ ବୁଢ଼ା ହଜମ ! ବନ ବିଭାଗରୁ କାହିଁକି ଅବହେଳା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାଙ୍କୀ ରେ ନନ୍ଦ କିଶୋର ଙ୍କୁ ଅଜଗର ଗିଲିଥିବା ଘଟଣା ଉପରୁ ଏବେ ମଧ୍ୟ ପରଦା ଉଠି ପାରି ନାହିଁ। ତାଙ୍କ ପରିବାର ଲୋକ ମାନେ ଏବେ ମଧ୍ୟ ନନ୍ଦକିଶୋର ଙ୍କ ଏଭଳି ଉଭାନ ହେବା ପଛର ରହସ୍ୟ କଣ ତାହା ଜାଣି ପାରୁ ନାହାଁନ୍ତି। ସେପଟେ ଅଜଗର ର ପେଟ ଯେତେ ଜୋରେ ଫୁଲି ଥିଲା ତାହା ଧୀରେ ଧୀରେ କମିବାକୁ ଲାଗିଲାଣି।
ଲୋକ ମାନେ କହୁଛନ୍ତି କି ଅଜଗର ଧୀରେ ଧୀରେ ହଜମ କରିବାକୁ ଲାଗିଲାଣି ହେଲେ ଏହି ରହସ୍ୟ ଉପରୁ ପରଦା ଉଠି ପାରି ନାହିଁ। ଏବଂ କୁହା ଯାଉଛି କି ଅଜଗର ଗିଲିଥିବା ଖାଦ୍ୟ ହଜମ ହୋଇ ସାରିବା ପରେ ସେ ସେଠାରୁ ଚାଲି ଯିବ ହେଲେ ଅଜଗର ର ସ୍କାନ ହେଲା ନାହିଁ କି ଅଜଗର କରିଥିବା ବାନ୍ତିର ମଧ୍ୟ ପରୀକ୍ଷା କରାଗଲା ନାହିଁ। ଏବେ ପର୍ଯ୍ୟନ୍ତ ମଧ୍ଯ ଅଜଗର କାହାକୁ ଗୀଳିଛି ତାହା ମଧ୍ୟ ସ୍ପଷ୍ଟ କରାଗଲା ନାହିଁ।
ତେବେ ଏହି ଘଟଣାର ବଡ଼ ଆଶ୍ଚର୍ଯ୍ୟ କର କଥା ଏହା କି ଏହି ଘଟଣାକୁ ନେଇ ନନ୍ଦ କିଶୋର ଙ୍କ ପରିବାର ଲୋକ ଗୋଟେ କଥା କହୁଥିବା ବେଳେ ବନ ବିଭାଗ ଓ ପୋଲିସ୍ ସମ୍ପୂର୍ଣ୍ଣ ଭାବରେ ଅଲଗା କଥା କହୁଛି। ପରିବାର ଲୋକେ କହିଛନ୍ତି କି ବନ ବିଭାଗ ଓ ପୋଲିସ୍ ଅଜଗର ର ପେଟ କୁ ସ୍କାନ କରୁ ନାହାଁନ୍ତି କି ନିଖୋଜ ଥିବା ନନ୍ଦ କିଶୋର ଙ୍କୁ ଖୋଜିବା ଦିଗରେ ମଧ୍ୟ ତତ୍ପରତା ଦେଖାଉ ନାହାଁନ୍ତି।
ବନ ବିଭାଗ କହିଛି କି କଟକଣା ଅଞ୍ଚଳ ରେ ଅଜଗର ର ପେଟ ସ୍କାନ କରାଯାଇ ପାରିବ ନାହିଁ ଏବଂ ନନ୍ଦକିଶୋର ଙ୍କ ପରିବାର କହିଛନ୍ତି କି ଗୋଟେ ମଣିଷର ଜୀବନ ଠାରୁ କଣ ଏହି ନିୟମ ଏତେ ଗୁରୁତ୍ଵ ପୂର୍ଣ୍ଣ ଅଟେ। ଏବଂ ଯେତେବେଳେ ଅଜଗର ସେଠାରୁ ଚାଲି ଯିବ ସେତେବେଳେ ଅଜଗର ନନ୍ଦ କିଶୋର ଙ୍କୁ ଗିଳିଛି ନା ନାହିଁ କିଭଳି ଜଣା ପଡ଼ିବ ବୋଲି ପ୍ରଶ୍ନ କରିଛି ନନ୍ଦ କିଶୋର ଙ୍କ ପରିବାର ଲୋକ।