ସରକାରୀ ବାବୁଙ୍କ ଜୁଲମ ସରକାରୀ କର୍ମଚାରୀ ଙ୍କୁ କରାଉଛନ୍ତି ତେଲ ମାଲିସ ରୋଷେଇ ସହ ସବୁ ଘର କାମ ତା ପରେ ବି କମୁନି ଅତ୍ୟାଚାର ଦେଖନ୍ତୁ ଶେଷରେ ମୁଁହ ଖୋଲିଲେ

 
ବର୍ତ୍ତମାନ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ସରକାରୀ ବାବୁ ଖଟ ଉପରେ ଶୋଇ ତେଲ ମାଲିଶି କରିବାକୁ କହୁଛନ୍ତି।ଆଉ ଜଣେ ବ୍ୟକ୍ତି ତାଙ୍କୁ ତେଲ ମାଲିଶି କରୁଥିବାର ଦେଖିବାକୁ ମିଳିଛି।ବ୍ୟକ୍ତି ଙ୍କୁ ଏପରି ତେଲ ମାଲିସି ଘାରି ଲାଣି ଯେ ସରକାରୀ କର୍ମଚାରୀ ମାନଙ୍କୁ ଘରକୁ ଡାକୁଛନ୍ତି।
ଏବଂ ତାଙ୍କୁ ତେଲ ମାଲିଶି କରିବାକୁ କହିଛନ୍ତି।କେବଳ ତେଲ ମାଲିଶି କରିବାକୁ କହୁ ନାହାନ୍ତି ବରଂ ବାବୁ ଜଣଙ୍କ ଅସ୍ଥାୟୀ କର୍ମଚାରୀ ମାନଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରିବା ସହିତ ନିଜ ଘରର ବ୍ୟକ୍ତିଗତ କାମ ଠାରୁ ଆରମ୍ଭ କରି ରୋଷେଇ କରିବା,ବାସନ ମାଜିବା କୁ ମଧ୍ୟ କହୁଛନ୍ତି।ଘରର ସବୁ କାମ ନିଜେ କିଛି ନ କରି ସରକାରୀ କର୍ମଚାରୀ ମାନଙ୍କୁ ଘରକୁ ଡକାଇ କାମ କରାଉଛନ୍ତି।
ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବ୍ୟକ୍ତି ଜଣଙ୍କ ନିଜ ଘରର କାମ ମଧ୍ୟ କିଛି କରୁ ନାହାନ୍ତି।କେବଳ ଏତିକି ନୁହେଁ କପଡା ସଫା କରିବାକୁ ମଧ୍ୟ କହିଥାନ୍ତି।କିନ୍ତୁ ସରକାରୀ କର୍ମଚାରୀ ମାନେ ତାଙ୍କୁ କିଛି କୁହନ୍ତି ନାହିଁ।ଯେଉଁ ବ୍ୟକ୍ତି କାମ କରାଉଛନ୍ତି ସେ ହେଉଛନ୍ତି ବନବିଭାଗ ର ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ।ଯାହାଙ୍କର ଭିଡିଓ ଗୋଟିଏ ମୋବାଇଲ୍ ରୁ ଆଉ ଗୋଟିଏ ମୋବାଇଲ୍ କୁ ଘୁରି ବୁଲୁଛି।
ବର୍ତ୍ତମାନ ଏହି ଭିଡିଓ ଦେଖି ଦର୍ଶକ ମାନେ ବହୁତ ରାଗୀ ଯାଉଛନ୍ତି।ଏବଂ ଅନେକ କଟୁ କଥା କହିଥିବାର ଦେଖିବାକୁ ମିଳିଛି।ଗୋବର୍ଦ୍ଧନ ନାମକ ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ ତାଙ୍କୁ ସବୁବେଳେ ହଇରାଣ କରୁଛନ୍ତି।ଯେତେବେଳେ ମନ ହେବ ରୋଷେଇ କରିବାକୁ କହିଦେବ।ବାହାରକୁ ଘରର କିଛି ଜିନିଷ କିଣିବା ପାଇଁ ପଠାଇ ଦେବେ।ଏଭଳି ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।