ବର୍ଷା କହିଲେ ୟେ ହେଉଛି ମୋ ଜୀବନ ର ସବୁଠୁ ବଡ଼ କଣ୍ଟା, ହେଲେ ସେ କିଏ! ଦେଖନ୍ତୁ କାହା କାହା ନାଆଁ ଲେଖିଛନ୍ତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଅନେକ ଖବର ପାଇ ପାରୁଛନ୍ତି । ଏହି ସୋସିଆଲ ମିଡ଼ିଆ ଆପଣମାନଙ୍କୁ ଓଲିଉଡ, ବଲିଉଡ ଏବଂ ଅନେକ ସିନେମା ଆଉ ସିନେ କଳାକାରମାନଙ୍କ ବିଷୟରେ ଅନେକ ଖବର ଦେଇଥାଏ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ଆପଣମାନେ ସମସ୍ତେ ତ ଜାଣିଥିବେ ଓଲିଉଡ ଜଗତର ମହାନ୍ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବିଷୟରେ । ସେହି ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।
ଏବେ ଆଉ ଏକ ଖବର ଆସିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏବେ ସେହି ମିଥ୍ୟା ଅଭିଯୋଗ ତାଙ୍କ ପାଇଁ କେହି ଜଣେ ଷଡ଼ଯନ୍ତ୍ର କରିଥିଲେ ବୋଲି ସୂଚନା ମିଳିଛି । 
ଏବେ ସବୁ ସତ ସାମ୍ନାକୁ ଆସିଛି । ଆଉ ସବୁ ରହସ୍ୟ ଜଣାପଡିଛି । ବର୍ଷା ଫେସବୁକରେ ପୋଷ୍ଟ କରି ଏହିସବୁ କହିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ,
ତାଙ୍କ ବିଷୟରେ ଯେଉଁ ମିଥ୍ୟା ଅପପ୍ରଚାର କରାଯାଇଥିଲା ଆଉ ତାଙ୍କୁ ବଦନାମ୍ କରିବାକୁ ଯେଉଁ ପ୍ରୟାସ କରାଯାଇଥିଲା । ସେହି ବିଷୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ସେହି ସବୁର ଅନ୍ତ ଘଟିଛି । ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ଧନ୍ୟବାଦ ଦେଇଛନ୍ତି । 
ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ ଯେଉଁ ସଙ୍ଗୀନ ଅଭିଯୋଗ ଅଣା ଯାଇଥିଲା ଏହା ବହୁତ ଖରାପ ବୋଲି ସେ କହିଛନ୍ତି । ଏହାସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ତାଙ୍କ ସହ ଯାହା ହେଲା ଆଉ କାହା ସହିତ ନ ହେଉ ।
ତାଙ୍କ ଉପରେ ଏଭଳି ମିଥ୍ୟା ଆରୋପ ଲଗାଇଲେ ସେ ଜମାବି ଭାଙ୍ଗିପଡ଼ିବେ ନାହିଁ । ଏଭଳି ଯେତେ ଝଡଝଞ୍ଜା ଆସିଲେ ବି ସେ ସହିଯିବେ । ଆଉ ସମାଜର ସେଭଳି ମଙ୍ଗଳ କରିବେ ।
ଆଉ ସମାଜ ଲୋକଙ୍କ ପାଇଁ ଅନେକ କାମ କରିବେ । ସେ ଲୋକମାନଙ୍କୁ ତାଙ୍କ ସାଥ ଦେବାକୁ କହିଛନ୍ତି । ଏଭଳି ଲେଖି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଫେସବୁକ୍ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।