ଓଡ଼ିଶା ଆସି ବିଜୁ ଙ୍କୁ ଭୂରି ଭୂରି ପ୍ରଶଂସା କଲେ ମୋଦୀ,ଗୋଟିଏ ମାତ୍ର ନେତା ଥିଲେ ସେ ବିଜୁ ପଟ୍ଟନାୟକ..

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଚଣ୍ଡିଖୋଲ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗ୍ ବଜେଟ ପ୍ଲାନ୍ କଣ ରହିଛି ସେହି ବିଷୟରେ କହିଛନ୍ତି।ସରକାରୀ କାର୍ଯ୍ୟକ୍ରମ ଭଳି ଦଳୀୟ ସଭା ରେ ବିଜୁ ବାବୁ ଙ୍କ ପ୍ରଶଂସା କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଚଣ୍ଡିଖୋଲ ଦଳୀୟ ସଭା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ଜୟନ୍ତୀ ଅବସର ରେ ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ପଲିଟିକାଲ ସ୍ପିଚ ଆରମ୍ଭ କରିଥିଲେ।୨୦୧୪ ପର ଠାରୁ ଦେଶ ରେ ଅନେକ ପରିଯୋଜନା କରାଯାଇଛି ଯାହା ସବୁ ଅଟକି ରହିଥିଲା।
ଆଉ ମୋଦି ଙ୍କ ମୁହଁ ରେ ଥିଲା ଅବ୍ କି ବାର୍ ୪୦୦ ପାର୍' ନାରା। ସାରା ଦେଶ ରେ ମୋଦି ଗ୍ୟାରେଣ୍ଟି ର ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠି ସବୁ ଆଶା ମଉଳି ଯାଏ ସେଠାରେ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ।ଆହୁରି ମଧ୍ୟ କହିଛନ୍ତି ଯେ ମେରା ଭାରତ,ମେରା ପରିବାର।
ଦଳୀୟ ସଭା ରେ ଏତେ ସଂଖ୍ୟା ର ଲୋକମାନଙ୍କୁ ଦେଖି ମୋଦି ସନ୍ତୋଷ ପ୍ରକାଶ କରିବା ସହ ଏହା ଜନତା ର ମୁଡ ବୋଲି କହିଛନ୍ତି।ମୋଦି କହିଥିଲେ କଂଗେସ ପାଇଁ ପରିବାର ବାଦ,କିନ୍ତୁ ମୋଦି ପାଇଁ ଦେଶ ଓ ଦେଶବାସୀ ପ୍ରଥମ।ବର୍ତମାନ ଗରିବ କଲ୍ୟାଣ ଯୋଜନା ଉପରେ ମୋଦି ଙ୍କ ର ଫୋକଷ ରହିଛି।
ମୋଦି ଙ୍କ ଗ୍ୟାରେଣ୍ଟି ଯୋଗୁ ଲୋକଙ୍କ ବିଶ୍ୱାସ ବଢ଼ିଛି।ସଭା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶା ସୂର୍ଯ୍ୟ ଦେବତା ଙ୍କ ଭୂମି।ସୂର୍ଯ୍ୟ ଦେବତା ଙ୍କ ଶକ୍ତି କୁ ନେଇ ମୋଦି ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି।
ତାହା ହେଲା ମାଗଣା ବିଜୁଳି ଅର୍ଥାତ୍ ଲୋକଙ୍କୁ ମିଳିବ ଜିରୋ ବିଲ।ଏହା ଭିଡିଓ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।