ହଠାତ୍ ଗାଡ଼ି ଚକାରେ ଫସିଗଲା ମାଙ୍କଡ଼ ଦେଖନ୍ତୁ ତା ପରେ କଣ ହେଲା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଦୁନିଆରେ କିଏ ଯେ କେମିତି ଆଉ କେତେ ଷ୍ଟାଇଲରେ ଗାଡ଼ି ଚଳାଉଛି ସେକଥା ତ ଆପଣମାନେ ଦେଖିଥିବେ । ସୋସିଆଲ ମିଡିଆରେ ଗାଡ଼ି ଆଉ ଗାଡ଼ି ଚାଳକ ଏବଂ ତାଙ୍କ ଗାଡ଼ି ଚଳାକୁ ନେଇ ଅନେକ ପ୍ରକାରର ନ୍ୟୁଜ୍ ଆସିଥାଏ ।
ଆଉ ଏହିସବୁ ଘଟଣା ବିଷୟରେ ଆପଣମାନେ ମଧ୍ୟ ଜାଣି ପାରୁଥିବେ । ଗାଡ଼ି ଚଲାଇବା ସମୟରେ କେତେବେଳେ ଯେ ଦୁର୍ଘଟଣା ହେବ ସେକଥା କିଏ ଜାଣିଛି । ଆଉ ଗାଡ଼ି ଚଲାଇବା ସମୟରେ ଗାଡ଼ି ଆଗକୁ ଅନେକ ପଶୁପକ୍ଷୀ ଆସିଯାନ୍ତି ।
ଆଉ ଆପଣମାନେ ଅନେକ ପ୍ରକାରର ଘଟଣା ସେହି ବିଷୟରେ ଶୁଣିଥିବେ । ଆପଣମାନେ ସମସ୍ତେ ତ ବାଇକ୍ ଚଲାଇବା ସମୟରେ ଚକାରେ ପାରା କି ଅନ୍ୟାନ୍ୟ ପକ୍ଷୀ ପଶି ଯାଇଥାଏ ବୋଲି ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ ।
ଆପଣମାନେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଘଟଣା ଦେଖିବେ ଯାହା ଦେଖିଲେ ଆପଣଙ୍କୁ ଦୁଃଖ ଲାଗିବ । ଆଉ ଆପଣ କାନ୍ଦି ପକାଇବେ ।
ଗାଡ଼ି ଚଳାଇବା ଦ୍ଵାରା ଅନେକ ପ୍ରକାରର ଦୁର୍ଘଟଣା ହୋଇଥାଏ । ଆଉ ସେଥିରେ କେତେ ଲୋକ ଆଉ କେତେ ଜୀବଜନ୍ତୁଙ୍କର ମଧ୍ୟ ଜୀବନ ଯାଉଛି । ଏମିତି ଅନେକ ଘଟଣା ଆପଣମାନେ ଦେଖିଥିବେ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ବାଇକର ଚକାରେ ଏକ ମାଙ୍କଡ ପଶି ଯାଇଛି । ମାଙ୍କଡଟି କେତେ ଯେ କଷ୍ଟରେ ଥିବ ତାହା ଭାବିଲେ ବହୁତ କଷ୍ଟ ହେଉଛି । ମାଙ୍କଡ଼ର ଅବସ୍ଥା କେତେ ଯେ ଭୟଙ୍କର ଥିବ ତାହା କହି ହେବ ନାହିଁ । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ବାରବାଙ୍କି ଅଞ୍ଚଳରେ ।
ଏହି ଚିତ୍ରରେ ଦେଖିବାକୁ ମିଳୁଛି କି ବାଇକର ଆଗ ଚକାରେ ମାଙ୍କଡଟି ପଶି ଯାଇଛି । ମାଙ୍କଡ ରାସ୍ତାର ଏପଟ ପାଖରୁ ସେପଟକୁ ଯାଉଥିଲା ।ଆଉ ସେହି ସମୟରେ ବାଇକ୍ ଚାଳକ ଜଣକ ଦ୍ରୁତ ଗତିରେ ବାଇକ୍ ଚଲାଇ ଆସୁଥିଲେ । 
ଆଉ ମାଙ୍କଡ ରାସ୍ତା ପାରି ହେବା ସମୟରେ ବାଇକ୍ ସହ ସେ ଧକ୍କା ହୋଇଛି । ବାଇକର ଆଗ ଚକାରେ ମାଙ୍କଡ ପଶି ଯାଇଛି । ଏହାପରେ ବାଇକ୍ ଚାଳକ ବାଇକକୁ ରୋକି ଦେଇଥିଲେ । ଯାହାଫଳରେ ମାଙ୍କଡଟି ବଞ୍ଚି ଯାଇଛି ଆଉ ସେ ସୁସ୍ଥ ମଧ୍ୟ ଅଛି ।
ଏହି ମାଙ୍କଡ ବାଇକର ଆଗ ଚକରେ ପଶିଗଲା ପରେ ତାକୁ ବାହାର କରିବାକୁ ସେଠାରେ ଥିବା ଲୋକମାନେ ପହଞ୍ଚି ଯାଇଥିଲେ । କିନ୍ତୁ କେହି ବାହାର କରି ପାରିନଥିଲେ ।
ଶେଷରେ ଜଣେ ମେକାନିକଙ୍କୁ ଡାକି ବାଇକ ଆଗରୁ ଚକାକୁ କାଢି ମାଙ୍କଡଟିକୁ ଉଦ୍ଧାର କରାଯାଇଛି । ଏବେ ମାଙ୍କଡ ପୁରା ସୁସ୍ଥ ଅଛି । ସେଥିପାଇଁ ଗାଡ଼ି ଚଲାଇବା ସମୟରେ ଧ୍ୟାନ ଦେଇ କମ୍ ସ୍ପିଡରେ ଗାଡ଼ି ଚଲାନ୍ତୁ ।