ପୋଲିସକୁ ସଙ୍ଗବଧ ଆକ୍ରମଣ ଗିରଫ ହେଲେ ଏହି ୭ ଜଣ ମହିଳା ବିଳମ୍ବିତ ରାତିରେ ହେଇଥିଲା ଆକ୍ରମଣ ଦେଖନ୍ତୁ Exclusive Visual

 

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୋଲିସ କୁ ସଂଘବନ୍ଧ ଆକ୍ରମଣ।ଏହି ଘଟଣା ପାଇଁ ପୋଲିସ ସାତ ଜଣ ମହିଳାଙ୍କୁ ଗିରଫ କରିଛନ୍ତି।

ତେବେ ଯାଜପୁର ଜିଲ୍ଲାର ବଇରି ଥାନା ଓ ବରି ଥାନା ତରଫରୁ ଏକ ଚୋରା ବୋଲେର ଗାଡ଼ି ମାମଲାର ଯାଞ୍ଚ କରିବା ପାଇଁ ବିଳମ୍ବିତ ରାତିରେ ଚଢାଉ କରାଯାଇଥିଲା।

ଏହି ସମୟରେ ପୋଲିସ ଙ୍କ ଉପରକୁ ୧୫ ରୁ ୧୬ ଜଣ ମହିଳା ସଂଘବନ୍ଧ ଭାବରେ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି।
ତେବେ ଆକ୍ରମଣରେ ଜଣେ ସବ୍ ଇନ୍ସପେକ୍ଟର ମନୋରଞ୍ଜନ ସେଠି ଙ୍କ ସମେତ ତିନି ଜଣ କନେଷ୍ଟବଳ ଆହତ ହୋଇଛନ୍ତି।ସଦର ଥାନାରେ ମାମଲା ରୁଜ୍ଜୁ ପରେ ସଂପୃକ୍ତ ଘଟଣାରେ ସାତ ଜଣା ମହିଳା ଙ୍କୁ ପୋଲିସ ଗିରଫ କରିଛନ୍ତି।କୋର୍ଟ ଚାଲାଣ ମଧ୍ୟ କରାଯାଇଛି।
ଅନ୍ୟପଟେ ପୋଲିସ ସାଧା ଡ୍ରେସ୍ ରେ ଆସି ମହିଳାଙ୍କ ଉପରେ ଜୁଲମ କରୁଥିବା ବେଳେ ସେମାନେ ଏହାକୁ ବିରୋଧ କରିଥିବା ଗିରଫ ମହିଳା ପ୍ରକାଶ କରିଛନ୍ତି। ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବାର ମଧ୍ୟ ସୂଚନା ମିଳିଛି।
ମହିଳା ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ପୋଲିସ ମାନେ ତାଙ୍କ ଡ୍ରେସ୍ ପିନ୍ଧି ଆସି ନଥିଲେ । ସେମାନେ ସାଧା ପୋଷାକ ପିନ୍ଧି ଆସି ମାରୁଛନ୍ତି।
ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ ସେ ପୋଲିସ ଙ୍କୁ ମାରି ନାହାନ୍ତି। ସାତ ଜଣ ସ୍ତ୍ରୀ ଲୋକ ଥିଲେ ସେ ହିଁ ପୋଲିସ ଙ୍କୁ ମାଡ଼ ମାରିଛନ୍ତି ବୋଲି ମହିଳା ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ବଇରି ଥାନା, ବରି ଥାନା ଏବଂ ସଦର ଥାନାର ଟିମ୍ ଗୋଟିଏ ବୋଲର ଚୋରି କେସ ରେ ଚଢାଉ କରିବା ପାଇଁ ଯାଇଥିଲେ। ସେହିଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।