ଚୋରି କରୁ କରୁ ଧରା ପଡିଲେ ଯୁବତୀ ଦେଖନ୍ତୁ କେମିତି ଚାଲାକ ଭାବେ ଚୋରି କରୁଥିଲେ .......

 
ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।"ପାପା କି ପରୀ" ମାନେ ଯେଉଁଭଳି ଭାବରେ କାମ କରିଥାନ୍ତି ସେପରି ଭିଡିଓ ମଧ୍ୟ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ।ବର୍ତ୍ତମାନ ଜଣେ ଯୁବତୀ ଏଭଳି କାର୍ଯ୍ୟ କରିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯୁବତୀ ଜଣଙ୍କ କିଛି ଡ୍ରେସ୍ କିଣିବା ପାଇଁ ଏକ ଦୋକାନ କୁ ଯାଇଥିଲେ।
ସେଠାରେ ଯୁବତୀ ଜଣଙ୍କ ଚୋରି କରିବାକୁ ଯାଇ ଧରା ପଡିଛନ୍ତି।ଯୁବତୀ ଜଣଙ୍କ ଦୋକାନ ରୁ ଯେତେବେଳେ ବାହାରିଥିଲେ ସେହି ସମୟରେ ଜଣେ ବ୍ୟକ୍ତି ଯୁବତୀଙ୍କୁ ଅଟକାଇ ଥିଲେ।ଏବଂ ଦୋକାନ ରେ ଥିବା ଜଣେ ପିଲାଟିକୁ ପଚାରିଥିଲେ ଯେ ଯୁବତୀ ଜଣଙ୍କ କଣ କଣ ଜିନିଷ କିଣିକି ନେଇଛନ୍ତି।ଏହାଶୁଣି ପିଲାଟି କହିଥିଲା ଯେ ଯୁବତୀ ଜଣଙ୍କ କିଛି ଏଯାଏଁ କିଣି ନାହାନ୍ତି।ତାଙ୍କୁ କପଡା ଦେଖାଉଛନ୍ତି କିନ୍ତୁ ଯୁବତୀ ଙ୍କୁ କିଛି ପସନ୍ଦ ଆସୁନାହିଁ।
ଯୁବତୀ ଜଣଙ୍କ ଦୋକାନକୁ ସବୁଦିନେ ଆସିଥାନ୍ତି।ଏହାପରେ ଯୁବତୀ ଜଣଙ୍କ ଯେତେବେଳେ ଯୁବକଙ୍କୁ କଣ ଅସୁବିଧା ହେଉଛି ପଚାରିଲେ ଯୁବକ ଜଣଙ୍କ କହିଲେ ଯେ ସେ ବହୁତ ସମୟ ହୋଇଗଲାଣି ତାଙ୍କ ଭିଡିଓ କରୁଥିଲେ।ଯୁବତୀ ଜଣଙ୍କ କିଛି ଚୋରି କରିଛନ୍ତି ବୋଲି ଯୁବକ ଜଣଙ୍କ କହିଲେ।କିନ୍ତୁ ସେହି ପିଲାଟି ବିଶ୍ୱାସ କରି ନଥିଲେ।କାରଣ ଯୁବତୀ ଜଣଙ୍କ ରେଗୁଲାର ଦୋକାନ କୁ ଆସିଥାନ୍ତି।କିନ୍ତୁ ଯେଉଁ ବ୍ୟକ୍ତି ଭିଡିଓ କରିଥିଲେ ସେ କହିଲେ ଯେ ତାଙ୍କ ବ୍ୟାଗ୍ ଚେକ୍ କରନ୍ତୁ ସବୁ ସତ କଥା ସାମ୍ନାକୁ ଆସିଯିବ।
ଯୁବତୀ ଜଣଙ୍କ ସତ କଥା କହି ନଥିଲେ।ଏହାପରେ ପିଲାଟି ଯୁବତୀ ଙ୍କ ବ୍ୟାଗ ଚେକ୍ କରିବା ପାଇଁ କହିଥିଲେ।ଯୁବତୀ ଜଣଙ୍କ ପ୍ରଥମେ ତାଙ୍କ ବ୍ୟାଗ ଦେଇନଥିଲେ।କିନ୍ତୁ ପିଲାଟି ତାଙ୍କ ବ୍ୟାଗ ଯେତେବେଳେ ଚେକ୍ କରିଲେ ସେଥିରୁ ପାଞ୍ଚୋଟି ଶାର୍ଟ୍ ବାହାରିଥିଲା।ଏହାପରେ ପିଲାଟି ଯୁବତୀ ଙ୍କୁ ବହୁତ କଥା କହିଥିଲେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।