ହଠାତ ଟ୍ରେନରୁ ଗୋଡ ଖସିଗଲା ଆଉ ତା ପରେ ଘଟିଲା ଏମିତି ଆଶ୍ଚର୍ୟ୍ଯ ଜନକ ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ, ଟ୍ରେନ୍ ଆସିବା ସମୟରେ ଟିକେ ଅନ୍ୟମନସ୍କ ପାଇଁ କେତେ କେତେ ଦୁର୍ଘଟଣା ହେଉଛି। କେତେଜଣ ନିଜର ବୁଦ୍ଧି ଖଟାଇ ବଞ୍ଚି ଯାଉଛନ୍ତି, ତ କେତେକ ଅନ୍ୟ ଜଣଙ୍କ ସାହାଯ୍ୟ ମାଧ୍ୟମ ରେ ବଞ୍ଚି ଯାଉଛନ୍ତି। ଆଉ କେତେକ ଙ୍କ ମୃ-ତ୍ୟୁ ଘଟୁଛି। ଏବେ ସୋସିଆଲ ମିଡିଆରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। 
ଯାହା ହେଉଛି ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ହଠାତ୍ କ୍ଷିପ୍ର ଗତିରେ ମାଡି ଆସିଲା ଟ୍ରେନ୍। ଏତେ ଜୋରେ ଟ୍ରେନ୍ ଆସିଥିଲା ଯେ ଷ୍ଟେସନ ଉପରକୁ ଯିବା ସମ୍ଭବ ନଥିଲା। ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯାତ୍ରୀ ରେଳ ଟ୍ରାକ୍ ରେ ପଡିଯାଇଛନ୍ତି। ଏହି ଅବସ୍ଥାରେ ଟ୍ରେନଟି ତାଙ୍କ ସାଇଡରେ ଖୁବ୍ ଜୋର୍ ରେ ଚାଲିଯାଉଛି। ବ୍ୟକ୍ତି ଜଣଙ୍କ ଏଭଳି କାଇଦାରେ ରହି ଗଲେ ଯେ ତାଙ୍କର ଜୀବନ ରକ୍ଷା ପାଇଗଲା। 
ଟ୍ରେନଟି ଚାଲିଗଲା ପରେ ବ୍ୟକ୍ତି ଜଣଙ୍କ ଟ୍ରାକ୍ ରୁ ଉଠି ଜନସାଧାରଣଙ୍କୁ ଧନ୍ୟବାଦ୍ ଜଣାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ୩୩ ବର୍ଷିୟ ରେଳ ଯାତ୍ରୀ ବୁରା ସିଂ ଙ୍କ ପାଦ ରେଳ ଷ୍ଟେସନ ରେ ଖସି ଯାଇଥିଲା। ଏବଂ ଏହି କାରଣରୁ ବୁରା ସିଂ ତଳେ ପଡି ଯାଇଥିଲେ। ସେତିକି ବେଳେ ବୁରା ସିଂ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ବଞ୍ଚି ଯାଇଥିଲେ। 
ମୃ-ତ୍ୟୁ କେବେ ଜଣାଇ କି ଆସିନଥାଏ। ଭଗବାନ୍ ଙ୍କ ଅଶେଷ କୃପା ରୁ ଫେରିପାଇଲେ ନୂଆ ଜୀବନ ବୁରା ସିଂ। ଭଗବାନ୍ ମଣିଷକୁ ଆଖି, କାନ, ହାତ, ଗୋଡ଼ ଓ ବୁଦ୍ଧି ସବୁ ଦେଇଛନ୍ତି ଠିକ୍ ଭାବରେ ବ୍ୟବହାର କରିବା ପାଇଁ। ଆମେ ଯଦି ଠିକ୍ ଭାବରେ ବ୍ୟବହାର ନକରିବା ତାହାଲେ ଆମର ହିଁ କ୍ଷତି ହେବ।