ଖୁଲମ ଖୋଲା ଗାଡ଼ି ଉପରେ କନିଆଁ ବସି ଷ୍ଟାଇଲ ମାରିବା ପୁରା ପଡ଼ିଲା ମହଙ୍ଗା ଶୀଘ୍ର ଦେଖନ୍ତୁ କଣ ହେଲା ଏହା ପରେ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଇଣ୍ଟରନେଟ୍‌ ଯୁଗରେ ଏବେ ଯାହା ହାତରେ ଦେଖ ମୋବାଇଲ। ମୋବାଇଲ ସାହାଯ୍ୟରେ ଦେଶ ଦୁନିଆର ଖବର ସହଜରେ ଲୋକଙ୍କ ନିକଟରେ ପହଞ୍ଚିପାରୁଛି। ସେହିପରି ମନୋରଞ୍ଜନର ବି ମାଧ୍ୟମ ପାଲଟିଛି ମୋବାଇଲ।
ଇଣ୍ଟରନେଟ୍‌ରେ ପ୍ରତିଦିନ ଗୋଟିଏରୁ ବଳି ଗୋଟିଏ ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ବେଶ୍‌ ମଜାଦାର ହୋଇଥାଏ ତ ଆଉ କିଛି ଗମ୍ଭୀର। ବନ୍ଧୁଗଣ ଯୁବପୀଢି ପାଇଁ ନିଶା ବନିଛି ରିଲ୍ସ। 
ଗୋଟେ ରିଲ୍ସ ବନାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହନ୍ତି ଯୁବପୀଢି।ତେବେ ବନ୍ଧୁଗଣ ରାସ୍ତାରେ ରିଲ୍ସ କରିବା କନିଆକୁ ପଡ଼ିଲା ମହଙ୍ଗା କଟିଲା ଚାଲାଣ। ବିବାହକୁ ନେଇ ପ୍ରାୟ ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ରହିଥାଏ।
ନିଜ ବାହାଘରରେ କିଛି ଅଲଗା କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ବିଶେଷ କରି ଯୁବତୀ ମାନେ ତାଙ୍କ ବାହାଘରକୁ କେମିତି ସବୁଦିନ ପାଇଁ ସ୍ମରଣୀୟ କରିପାରିବେ ସେଥିପାଇଁ ଅଧିକ ଧ୍ୟାନ ଦେଇଥାନ୍ତି। 
ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ। କନ୍ୟା ତାଙ୍କ ବିବାହ ପୂର୍ବରୁ ଫୋଟ ଉଠାଇବା ତାଙ୍କ ନିଜ ଉପରେ ମହଙ୍ଗା ପଡ଼ିଛି।
ସୂଚନା ଅନୁସାରେ କନ୍ୟା ଜଣଙ୍କ ରାସ୍ତାରେ କାରର ଏକ ବନେଟରେ ବସି ରିଲ୍ସ କରିବା ପାଇଁ ନିଷ୍ପତି ନେଇଥିଲେ। କନ୍ୟା ଜଣଙ୍କର ଏପରି ରିଲ୍ସ ବନେଇବା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। 
ଯାହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉକ୍ତ କାର ନମ୍ବରରେ ୧୫ ହଜାର ଟଙ୍କା ଜରିମାନା କରିଛି ପୋଲିସ। କନ୍ୟାଙ୍କ ଏହି ଫୋଟ ସୁଟ କରିବା ସମୟରେ
ଯେଉଁ ସ୍କୁଟି ବ୍ଯବହାର କରାଯାଇଥିଲା ସେଥିରେ ମଧ୍ୟ ଚାଳକ ଜଣକ ହେଲମେଟ ପିନ୍ଧି ନଥିବାର ଜଣାପଡ଼ିଥିଲା। ଫଳରେ ସ୍କୁଟି ନମ୍ବରରେ ମଧ୍ୟ ୧୫ ସହ ଟଙ୍କାର ଚାଲାଣ କଟାଯାଇଛି।