୫୦ ଫୁଟ ତଳକୁ ଖସିଲା ଦୋଳି ଦେଖନ୍ତୁ ଏହି ଭୟଙ୍କର ଘଟଣା କେମିତି ହେଲା ଏମିତି ଅଘଟଣ

 
ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଭୟଭୀତ ହୋଇଯିବେ।ଆଜିକାଲି ଦୁନିଆରେ କେତେବେଳେ କଣ ହେଉଛି ତାହା କେହି ଜାଣି ପାରିବେ ନାହିଁ।ଭିଡିଓ ରେ ଦେଖିବାକୁ ମିଳିଛି ଯେ କାଳ ପାଲଟିଲା ଦୋଳି।ମେଳଣ ଦୋଳି ରେ ଲୋକମାନେ ବସି ଝୁଲୁଥିବା ସମୟରେ ଘଟିଗଲା ବଡ଼ ଧରଣର ଅଘଟଣ। ପଚାଶ ଫୁଟ୍ ଉଚ୍ଚତାରୁ ଖସି ପଡ଼ିଲା ଦୋଳି।ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି। ଏହି ଦୃଶ୍ୟ ଟି ଦେଖିଲେ ଜଣେ ସାଧାରଣ ମଣିଷ ର ଲୋମ ତାଙ୍କୁରି ଉଠିବ।ଯେଉଁ ଦୃଶ୍ୟ ଟି ଘଟିଛି ତାହା ପଞ୍ଜାବ ରେ ଦେଖିବାକୁ ମିଳିଛି।ପଞ୍ଜାବ ର ମହାଲି ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।ମେଳଣ ରେ ଦୋଳି ସାମିଲ ହୋଇଥିବା ବେଳେ ସେଠାକୁ ବୁଲି ଆସିଥିବା ଲୋକେ ଦୋଳି ଖେଳୁଥିଲେ।
ଏହି ଘଟଣାଟି ରବିବାର ଦିନ ଘଟିଥିଲା।ମେଳଣ ଦୋଳି ରେ ଲୋକମାନେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣ ବଶତଃ ଦୋଳି ଟି ପଚାଶ ଫୁଟ୍ ଉପରୁ ତଳକୁ ଖସି ପଡିଥିଲା।ଯଦି ଏହି ଘଟଣା ଯୋଗୁ ଆୟୋଜକ ଙ୍କ ପକ୍ଷରୁ କିଛି ଭୁଲ ଥାଏ ତାହେଲେ ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣା ହୋଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ।
ଏହି ଦୁର୍ଘଟଣାରେ ପଚାଶ ଜଣ ଲୋକ ଆହତ ହୋଇଥିବା ବେଳେ ଦୁଇ ଜଣ ଶିଶୁ ଚେତା ଶୂନ୍ୟ ହୋଇପଡ଼ିଥିଲେ।ସ୍ଥାନୀୟ ଲୋକମାନେ ଏହି ବିଷୟରେ ସୂଚନା ଦେଇଥିଲେ। ମହିଳା ଏବଂ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ବର୍ତ୍ତମାନ ଦର୍ଶକମାନେ ଯେଉଁମାନେ ଏହି ଦୃଶ୍ୟ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।