ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ଭିଜୁଆଲ ଦେଖନ୍ତୁ କେମିତି ଘଟିଗଲା ଗୋଟିଏ କ୍ଷଣରେ ଏତେ ବଡ ଅଘଟଣ

 
ମଝି ଆକାଶରେ ବିମାନ ଜଳି ଯାଇଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଭିଡିଓ ଟି ବର୍ତ୍ତମାନ ସାମ୍ନାକୁ ଆସିଛି।ନେପାଳ ବିମାନ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ନେପାଳ ରେ ରବିବାର ଦିନ ଘଟିଥିଲା ଏହିଭଳି ଭୟଙ୍କର ବିମାନ ଦୁର୍ଘଟଣା।ବିମାନ ଦୁର୍ଘଟଣା ରେ ୭୨ ଜଣଙ୍କର ମୃ-ତ୍ୟୁ ହୋଇଯାଇଛି।ଯେଉଁଥିରେ ନେପାଳୀ ସହ କିଛି ବିଦେଶୀ ଯାତ୍ରୀ ମଧ୍ୟ ରହିଥିଲେ।ତେବେ ଏହି ବିମାନ ଦୁର୍ଘଟଣାର କିଛି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି।
ଏଥି ସହିତ ଫେସ୍ ବୁକ୍ ଲାଇଭ ର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି।ଅର୍ଥାତ୍ ବିମାନ ଦୁର୍ଘଟଣା ହେବା ସମୟରେ ବ୍ୟକ୍ତି ଜଣଙ୍କ ଫେସ୍ ବୁକ୍ ଲାଇଭ କରୁଥିଲେ।ପ୍ରଥମେ ଯେଉଁ ଫେସ୍ ବୁକ୍ ଲାଇଭ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଭାରତୀୟ ନାଗରିକ
ତାଙ୍କ ଫୋନ ରେ ବିମାନ ଭିତରେ ଥାଇ ବାହାର ଦୃଶ୍ୟ କୁ ସୁଟିଂ କରୁଛନ୍ତି।ତେବେ ଭିଡିଓ ରେ କିଛି ସମୟ ମଧ୍ୟରେ ହଠାତ୍ ବିମାନ ଟି ତୀବ୍ର ଗତିରେ ଅଣାଇବାକୁ ଲାଗିଥିଲା।
କିଛି ସମୟ ମଧ୍ୟରେ ଫୋନ ର ରେକର୍ଣ୍ଡିଂ ରେ ବିମାନ ସାରା ନିଆଁ ଲାଗି ଯାଇଥିବାର ମଧ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା।ଏହି ଭିଡିଓ ଦେଖିବା ପରେ ଅନୁମାନ କରି ଜାଣି ପାରିବେ ଯେ ଏହି ଦୁର୍ଘଟଣା ଟି କେତେ ଭୟଙ୍କର ହୋଇଥିଲା।
ଏଥି ସହିତ ବିମାନ ଟି ର ଉଡୁ ଥିବା ସମୟରେ କିପରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହାର ଭିଡିଓ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।ବିମାନ ଦୁର୍ଘଟଣା ର କିଛି ସମୟ ପୂର୍ବରୁ ଏଭଳି ଦେଖିବାକୁ ମିଳିଥିଲା।
ବିମାନ ଟି କିପରି ହୁତୁହୁତୁ ହୋଇ ଜଳି ଉଠିଲା ତାହା ମଧ୍ୟ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କେହି ଜଣେ ବ୍ୟକ୍ତି ଘଟଣା ସମୟରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ।
ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନ ର ଡ଼ାହାଣ ଇଞ୍ଜିନ ରେ ନିଆଁ ଲାଗି ଯାଇଛି।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି