ପୁଣି ହୁ ହୁ ହେଇ ବଢ଼ି ଚାଲିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଭୁବନେଶ୍ୱର ରେ ରେଟ

ଅନ୍ତର୍ଜାତୀୟ ବଜାରରେ ସୁନା ଦର ପୁଣି ବଢ଼ିବାରେ ଲାଗିଛି। ବିଶ୍ବରେ କରୋନା ସଂକ୍ରମଣ ବଢ଼ିବା ପରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଫଳରେ ସୁନାରେ ନିବେଶ କରିବାକୁ ନିବେଶକମାନେ ଅଧିକ ନିରାପଦ ମନେ କରୁଛନ୍ତି।

ମଲ୍ଟି‌କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନା ଦର ୧୦ ଗ୍ରାମ ପିଛା ଏବେ ୪୭ ହଜାର ଟଙ୍କା ଟପିଯାଇଛି, ଯାହାକି ଗତ ୭ ସପ୍ତାହ ମଧ୍ୟରେ ସର୍ବାଧିକ। ଗତ ୩ ସପ୍ତାହରେ ସୁନା ଦାମ୍ ପାଖାପାଖି ୫.୪୦ ପ୍ରତିଶତ ବଢ଼ି ୪୭୧୭୫ ଟଙ୍କାରେ ପହଞ୍ଚିଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଏହାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୪,୩୧୦ ଟଙ୍କା ଓ ୪୯,୭୯୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ଅନେକ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ସେହିପରି ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୬୬୦ଟଙ୍କା ଓ ୫୦,୬୬୦ଟଙ୍କା ଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୨,୦୧୦ ଟଙ୍କା ଓ ୫୦,୮୧୦ ଟଙ୍କା ଥିବା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *