Movie prime

ଅନ୍ଧ ବ୍ୟକ୍ତି ମାନେ ସ୍ଵପ୍ନ ଦେଖିପାରନ୍ତି କି ? ଜାଣନ୍ତୁ ଏହି ରହସ୍ୟ ର ସତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍ବପ୍ନ ବିଷୟରେ ସମଗ୍ର ବିଶ୍ଵରେ ଅନେକ ପ୍ରକାର କଥା କୁହାଯାଏ। କିଛି ଲୋକ ସ୍ୱପ୍ନର ବିଭିନ୍ନ ଉପାୟକୁ ଶୁଭ ଏବଂ ଉଦ୍ଧିଷ୍ଟ ଚିହ୍ନ ସହିତ ଯୋଡ଼ି ଥାଆନ୍ତୁ।
ତାପରେ କୌଣସି ସ୍ଥାନରେ ସ୍ବପ୍ନ ଶରୀରର କୌଣସି ରୋଗ ସହିତ ବି ଜଡ଼ିତ ହୋଇଥାଏ। ମନ ବିଜ୍ଞାନୀମାନେ କହିଛନ୍ତି ଯେ, ଏହି ପୃଥିବୀରେ ଥିବା ପ୍ରତେକ ଯିବ ସ୍ବପ୍ନ ଦେଖିପାରନ୍ତି।
ସାଇକ୍ଲୋଜି କହିଛି ଯେ ଜଣେ ବ୍ୟକ୍ତି ଶୋଇବା ସମୟରେ ଦେଖୁଥିବା ସ୍ବପ୍ନ ଗୁଡ଼ିକ ତାକୁ ଜାଗ୍ରତ ଜୀବନରେ ଘଟିଥିବା ଅନୁଭୂତି ଉପରେ ଆଧାରିତ। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେଉଁମାନେ ଦେଖିପାରୁନାହାନ୍ତି, ସେମାନେ ସ୍ବପ୍ନ ଦେଖନ୍ତି ନା ନାହିଁ। ଯଦି ସ୍ବପ୍ନ ଦେଖନ୍ତି ତେବେ ସେମାନେ କଣ ଦେଖନ୍ତି?
ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ଏକ ଅଂଶଧର ରିପୋର୍ଟ ଅନୁଯାୟୀ, ଅନ୍ଧ ବ୍ୟକ୍ତି ବିଭିନ୍ନ ପ୍ରକାରର ଥାଆନ୍ତି। ବିଶେଷ କରି କେତେ ଜଣ ଜନ୍ମରୁ ଅନ୍ଧ ଥାଆନ୍ତି ତ କେତେ ଜଣ ଜନ୍ମ ପରେ ବିଭିନ୍ନ କାରଣରୁ ଅନ୍ଧ ହୋଇଥାନ୍ତି।
ଯଦି ଜଣେ ବ୍ୟକ୍ତି ୫ ରୁ ୬ ବର୍ଷ ମଧ୍ୟରେ ଅନ୍ଧ ହୋଇପଡନ୍ତି ତେବେ ସେ ନିଜର ପିଲା ଦିନର ଚିତ୍ର ଗୁଡ଼ିକୁ ତାଙ୍କ ସ୍ୱପ୍ନରେ ଦେଖି ପାରିବେ। 
ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପରେ ଅନ୍ଧ ହୋଇଯାଆନ୍ତି ଏବଂ ଅନ୍ଧ ହେବା ପୂର୍ବରୁ ଏହି ଦୁନିଆକୁ କିଛି ବର୍ଷ ଦେଖିଛନ୍ତି, ତେବେ ତାଙ୍କ ସ୍ୱପ୍ନରେ ସେ ଏହି ଜଗତକୁ ୨୦ ବର୍ଷ ପୂର୍ବେ ସମାନ ରୂପରେ ଦେଖନ୍ତି।
ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ବୈଜ୍ଞାନିକମାନେ ବିଭିନ୍ନ ଉପାୟରେ ଅନ୍ଧ ହୋଇଥିବା ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେମାନେ ଜାଣିବାକୁ ପାଇଥିଲେ।
ଯେଉଁମାନେ ଅନ୍ଧ ହୋଇ ଜନ୍ମ ହୋଇଥାନ୍ତି ଅର୍ଥାତ୍ ଯେଉଁମାନେ କୌଣସି ଚିତ୍ର ଦେଖିନାହାନ୍ତି, ସେମାନେ ସ୍ବପ୍ନରେ କିଛି ଦେଖି ପାରିବେ ନାହିଁ। 
ଏହି ଅନୁସନ୍ଧାନରେ କୁହାଯାଇଥିଲା ଯେ ୪୮ ପ୍ରତିଶତ ସ୍ବପ୍ନ ଶୁଣିବା ଦ୍ଵାରା ନିଆଯାଇଥିବା ଅନୁଭୂତି ଉପରେ ଆଧାରିତ। ଯଦି ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ ନହୋଇ ପରେ ଅନ୍ଧ ହୋଇଥାନ୍ତି।
ତେବେ ସେହି ବ୍ୟକ୍ତି ଯଦି ସ୍ବପ୍ନ ଦେଖେ, ଯଦି ସେହି ସ୍ବପ୍ନ ଗୁଡ଼ିକ ଭୟଙ୍କର ହୋଇଥାଏ ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସାଧାରଣ ଲୋକଙ୍କ ତୁଳନାରେ ଅନ୍ଧ ବ୍ୟକ୍ତି ପ୍ରାୟ ଦୁଇ ଗୁଣ ଅଧିକ ଭୟଭୀତ ହୋଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.