Movie prime

ପୁଣି ଆସିଲା ଯୌ-ତୁକ ନିର୍ଯାତନାର ସାଙ୍ଘାତିକ ରୂପ ଦେଖନ୍ତୁ ଚାଲିଗଲା ଆଉ ଏକ ଜୀବନ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୋହୂକୁ ଶାଶୁଘର ଲୋକେ ଓ ସ୍ବାମୀ ମିଶି ଯୌତୁକ ନି-ର୍ଯ୍ୟା-ତ-ନା ଦେଇ ମାରିଦେଇଥିବା ଜଣାପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ଥାନା ଅନ୍ତର୍ଗତ ଗଛରାପାଲି ଗାଁରେ। ଝିଅର ବାପା ନାଁ ହେଉଛି ମକର ଧ୍ଵଜ ସାହୁ। ମକର ଧ୍ଵଜଙ୍କ କହିବା ଅନୁସାରେ ଗତ ୨୦୨୧ ମସିହାରେ ଝିଅ ରେଶ୍ମା ସାହୁଙ୍କୁ ବଲାଙ୍ଗୀର ଜିଲ୍ଲା ଲୁଇଁଶିଆ ପଞ୍ଜିପାଲି ଗ୍ରାମର କ୍ଷେତ୍ର ସାହୁଙ୍କ ସହିତ ବିବାହ କରିଥିଲେ। ସାମର୍ଥ୍ୟ ଅନୁଯାଇ ମକର ଧ୍ଵଜ ଝିଅ ରେଶ୍ମାଙ୍କୁ ଯୌତୁକ ଦେଇଥିଲେ। 
Bg
ହେଲେ ଉକ୍ତ ଯୌତୁକ ସାମଗ୍ରୀରେ ଅସନ୍ତୁଷ୍ଟ ହେଇ ଝିଅ ରେଶ୍ମାକୁ ଶାଶୂଘର ଲୋକେ ନି-ର୍ଯା-ତ-ନା ଦେବା ଆରମ୍ଭ କରିଦେଇଥିଲେ। ରେଶ୍ମାଙ୍କ ଗ-ର୍ଭରୁ ଶିଶୁ ପୁତ୍ରଟିଏ ଜନ୍ମ ହେବା ସତ୍ତ୍ୱେ ଶାଶୁଘରେ ଯୌତୁକ ନି-ର୍ଯ୍ୟା-ତ-ନା ଦେଇ ଆସୁଥିଲେ। ହେଲେ ଗତ ଅଗଷ୍ଟ ୧୫ ତାରିଖ ସକାଳୁ ସକାଳୁ ଝିଅ ରେଶ୍ମା ବାପ ଘରକୁ ଫୋନ କରି କହିଥିଲା ଯେ, ମତେ ମୋ ଶାଶୁ ଶଶୁର ଓ ସ୍ବାମୀ ଯୌତୁକ ଜିନିଷକୁ ନେଇ ପ୍ରବଳ ମାଡ଼ ମାରିଛନ୍ତି ବୋଲି ଓ ଜୀବନରୁ ମାରି ଦେବେ ବୋଲି ଧମକ ଦେଉଛନ୍ତି କହିଥିଲେ। ଆଉ ଅଧାରୁ ଫୋନ କାଟି ଦେଇଥିଲେ। 
Bb
ତା'ପରେ କିଛି ସମୟ ଗଲା ପରେ ଲୁଇଁଶିଆ ଥାନାରୁ ଝିଅର ବାପ ଘରକୁ ଫୋନ ଆସିଥିଲା ଯେ, "ତମ ଝିଅ ରେଶ୍ମା ମୃ-ତ୍ୟୁ ହେଇଯାଇଛି"। ବାପ ଘର ଲୋକେ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଦେଖି ଝିଅକୁ ମାରିଦେଇଥିବା କଥା ଜାଣିବାକୁ ପାଇଥିଲେ। ତେବେ ଏହି ଘଟଣାକୁ ନେଇ ରେଶ୍ମାଙ୍କ ପରିବାର ଲୋକେ ଲୁଇଁଶିଆ ଥାନାରେ ସଙ୍ଗେ ସଙ୍ଗେ ଝିଅକୁ ହ-ତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। 
ହେଲେ ଘଟଣାଟିକୁ ଚପେଇ ଦେବା ପାଇଁ ସେହି ଅଞ୍ଚଳର କିଛି ନାମୀଦାମୀ ଲୋକ ମାନେ ବହୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଝିଅର ବାପଘର ଲୋକେ। ତେବେ ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ସନ୍ତୁଷ୍ଟ ନାହାଁନ୍ତି ବାପଘର ଲୋକେ। ଯେଉଁଥିପାଇଁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହିତ ଝିଅକୁ ଉଚିତ ନ୍ୟାୟ ମିଳୁ ଏବଂ ଦୋଷୀ ବିରୁଦ୍ଧରେ କୋଠରୁ କୋଠର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମକର ଧ୍ଵଜ ବଲାଙ୍ଗୀର ଆରୋଗ୍ୟ ଅଧ୍ୟକ୍ଷକଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.