ବିଗ୍ ବସ୍ ୭ ର ପ୍ରତିଯୋଗୀ ଅର୍ମାନ କୋହଲି ଗିରଫ, ରଖିଥିଲେ ଡ୍ରଗସ୍

ଡ୍ରଗ୍ସ ମାମଲାରେ ଗିରଫ ହେଲେ ଅର୍ମାନ କୋହଲି । ଶନିବାର ରାତିସାରା ପଚରାଉଚ୍ଚରା ପରେ ଗିରଫ ହେଲେ ଅର୍ମାନ କୋହଲି । ମୁମ୍ବାଇ ଘରେ ଚଢ଼ଉ କରିଥିଲା ଏନ୍‌ସିବି ଟିମ୍ । ଅର୍ମାନଙ୍କ ଘରୁ ମିଳିଥିଲା କୋକେନ୍ ।

ଏହାପରେ ଅର୍ମାନଙ୍କୁ ପଚରାଉଚରା କରିଥିଲା ଟିମ୍‌। ମାତ୍ର ସେ କୌଣସି ଉତ୍ତର ସଠିକ୍ ଭାବେ ଦେଇ ନଥିଲେ। ତେଣୁ ତାଙ୍କୁ ଅଫିସକୁ ନେଇ ୬ ଘଣ୍ଟା ଯାଏ ଜେରା କରିଛନ୍ତି ଏନସିବି ଟିମ୍ । ବିଗ ବସ୍‌-୭ର ପ୍ରତିଯୋଗୀ ଥିଲେ ଅରମାନ। ସେହି ସମୟରେ ମଧ୍ୟ ସେ ବିବାଦକୁ ଆସିଥିଲେ। ପୂର୍ବରୁ ବେଆଇନ ମଦ ରଖିବା ଅଭିଯୋଗରେ ମଧ୍ୟ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା।

ଅର୍ମାନଙ୍କଠୁ ଡ୍ରଗ୍ସ ଲିଙ୍କ ଖୋଜିବ ଏନ୍‌ସିବି । କୋର୍ଟରେ ହାଜର ପରେ ରିମାଣ୍ଡ ମାଗିପାରେ ଏନ୍‌ସିବି । ଅଭିନେତା ଅର୍ମାନ କୋହଲିଙ୍କୁ ଏନ୍‌ସିବିର ୬ ଘଣ୍ଟା ଜେରା। ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନେତୃତ୍ୱରେ ଅର୍ମାନଙ୍କ ଜୁହୁ ସ୍ଥିତ ଘରେ ରେଡ୍ କରିଛି ଏନସିବି ଟିମ୍‌। ରେଡ୍ ସମୟରେ ଘରୁ ଡ୍ରଗସ୍ସ ମିଳିଛି ।

ଏନସିବିର ସ୍ପେଶାଲ ଅପରେସନ ‘ରୋଲିଂ ଥଣ୍ଡର’ ଅନ୍ତର୍ଗତ ୨ ଦିନରେ ୭ଜଣଙ୍କୁ ଗିରଫ କରାଯାଇଛି। ଗତବର୍ଷ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତଙ୍କ ପରି ବହୁ ଅଭିନେତ୍ରୀଙ୍କୁ ପଚରା ଉଚରା କରିଥିଲା ଏନସିବି।

Leave a Reply

Your email address will not be published. Required fields are marked *