ଅଶାନ୍ତ ହେଉଛି ସମୁଦ୍ର ମାଡ଼ି ଆସୁଛି ବଡ଼ ବର୍ଷା ହେଇଯାଆନ୍ତୁ ସତର୍କ ପାରାଦୀପକୁ ଘାଣ୍ଟିବ...!
Dec 22, 2024, 15:57 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଏବେ ଏହି ପାଣିପାଗ ଯୋଗୁଁ ଅନେକ ଲୋକ ହୁଏତ କ୍ଷତି ସହିପାରନ୍ତି ବୋଲି ସୂଚନା ମିଳିଛି । ଏବେ ସମୁଦ୍ର କୂଳିଆ ଲୋକଙ୍କ ପାଇଁ ଆସିଛି ବଡ ଚେତାବନୀ । ସାବଧାନ ହୋଇଯାଆନ୍ତୁ ସମୁଦ୍ର କୂଳିଆ ଲୋକମାନେ । ବିପଦ ସଙ୍କୁଳ ଉପରେ ରହିଛି ପାରାଦ୍ଵୀପ ବନ୍ଦର । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଉ ଏହାସହ ପବନର ବେଗ ୫୦ ରୁ ୬୦ କିମି ରହିବ ବୋଲି ମଧ୍ୟ ସୂଚନା ମିଳିଛି । ଏବେ ଖବର ଆସିଛି କି ଅଶାନ୍ତ ହେଉଛି ସମୁଦ୍ର ଆଉ ମାଡ଼ି ଆସୁଛି ବଡ ବଡ ଜୁଆର । ବୁଲି ବୁଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପକ୍ଷରୁ ଆର୍ଲଟ କରାଯାଉଛି । ଉତ୍ତର ଓଡ଼ିଶା ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ଯିବାକୁ ବାରଣ କରାଯାଉଛି । ବଳ ଗୋଟାଇ ମାଡ଼ି ଆସୁଛି ଲଘୁଚାପ । ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଉଛି । ଏହାସହ ସମୁଦ୍ର ଭିତରକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ।
ବଡ ବର୍ଷା ମାଡ଼ି ଆସୁଛି । ଅଶାନ୍ତ ସମୁଦ୍ରରେ ବଡ ବଡ ଜୁଆର କୂଳ ଲଂଘୁଛି । ସମୁଦ୍ର କୂଳରେ ଥିବା ଲୋକଙ୍କୁ ଆର୍ଲଟ କରାଯାଉଛି । ବିଶେଷକରି ପାରାଦ୍ଵୀପକୁ ରହିଛି ବଡ ବିପଦ । ତେଣୁ ଯେତେ ଶୀଘ୍ର ହେବ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଭୁଲରେ ବି ଏହି ସମୟରେ କେହି ବି ସମୁଦ୍ର ଭିତରକୁ ଯିବେ ନାହିଁ ବୋଲି କୁହାଯାଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଭିଜିବ ଆଉ ସାରା ଓଡ଼ିଶା ଯୁଡ଼ୁବୁଡୁ ହେବ ।
ଘଣ୍ଟା ପ୍ରତି ୬୦ କିମି ପବନ ବହିବ ବୋଲି ସୂଚନା ମିଳିଛି । ରାତି ସୁଦ୍ଧା ସ୍ଥିତି ଆହୁରି ବିଗିଡି ପା ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଏବେ ଏଭଳି ଖବର ଦେଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ । ସମୁଦ୍ରରେ ଉଚ୍ଚ ଲହରୀ ଦେଖାଯିବ ବୋଲି ସୂଚନା ମିଳିଥିବା ବେଳେ ଅନେକ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଶଙ୍କା ରହିଛି । ସମୁଦ୍ର ମଧ୍ୟକୁ ମାଛ ଧରି ଯିବାକୁ ବାରଣ କରାଯାଇଛି । ପାରାଦ୍ବୀପରେ ବର୍ଷା ହେଉଥିବା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି ବୋଲି ସୂଚନା ମିଳିଛି ।