ଆସୁଚି ଭୟାନକ ବାତ୍ୟା...ମାଳିକା ରେ ବି ହୋଇଚି ଲେଖା..
Oct 29, 2024, 15:19 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଜାଣିବା ସହ ପାଣିପାଗ ବିଷୟରେ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ବାତ୍ୟାକୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ଏବେ ନିକଟରେ ବାତ୍ୟା ଦାନା ଓଡ଼ିଶା ଉପକୂଳ ଛୁଇଁଥିଲା । ଏହାର ପ୍ରଭାବ ସେତେ ଅଧିକ ନଥିବାରୁ ରାଜ୍ୟରେ ବିଶେଷ କିଛି କ୍ଷତି ହୋଇନାହିଁ । ଆଉ ଏବେ ପୁଣି ଆଉ ଏକ ବାତ୍ୟା ଓଡ଼ିଶା ଆସୁଛି ବୋଲି ସୂଚନା ମିଳିଛି । ଏବେ ପାଣିପାଗ ବିଶେଷଜ୍ଞ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଓଡ଼ିଶାର ପିଛା ଛାଡୁନି ବାତ୍ୟା । ଅନେକ ବିଷୟରେ ଭବିଷ୍ୟବାଣୀ କରାଯାଇଥିଲା । ଆଉ ଏବେ ଏହି ଭବିଷ୍ୟବାଣୀ ସତ ହେବ ବୋଲି ସୂଚନା ମିଳୁଛି । ଏବେ ଦାନା ପରେ ଆଉ ଏକ ବଡ ବାତ୍ୟା ଓଡ଼ିଶାକୁ ଆସୁଛି ବୋଲି ଖବର ଆସିଛି । ଅକ୍ଟୋବର ଏବଂ ନଭେମ୍ବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ଛନକା ପଶୁଛି । ଆଉ ଏହି ସମୟରେ ଓଡ଼ିଶାବାସୀ ଭୟଭୀତ ହେଉଛନ୍ତି । ବାତ୍ୟା ପାଇଁ ଲୋକମାନେ ଏବେ ଚିନ୍ତାରେ । ନଭେମ୍ବର ମାସ ୧୧ ତାରିଖରୁ ୧୫ ତାରିଖ ଭିତରେ ଆଉ ଏକ ବଡ ବାତ୍ୟା ଓଡ଼ିଶା ଆସିବ ବୋଲି ସୂଚନା ମିଳିଛି ।

ବାତ୍ୟା ଦାନା ଅକ୍ଟୋବର ୨୪ ତାରିଖରେ ତାର ତାଣ୍ଡବ ରଚିଥିଲା । ଆଉ ଏହି ବାତ୍ୟାରେ ଏବେବି ଅନେକ ଲୋକ ପାଣିଘେରରେ ରହିଛନ୍ତି । ଏହି ବିପଦ ନ ଯାଉନୁ ଆଉ ଏକ ବିପଦ ପୁଣି ସାମ୍ନାକୁ ଆସିଛି । ପୁଣି ଏକ ବଡ ବାତ୍ୟା ସାମ୍ନାକୁ ଆସିଛି । ଏହି ବାତ୍ୟା ଦାନା ତିନୋଟି ଜିଲ୍ଲାକୁ ଛାରଖାର କରିଥିଲା । ଏବେ ପୁଣି ଆଉ ଏକ ବାତ୍ୟା ଆସିବାକୁ ଯାଉଛି । ଏହି ବାତ୍ୟାର ନାମ ଫେଙ୍ଗନ୍ । ଆଉ ଏହି ଫେଙ୍ଗନ ବାତ୍ୟା ଓଡିଶାର କେଉଁ ସ୍ଥାନକୁ ବିପଦ ପହଞ୍ଚାଇବ ତାହା ଜଣାପଡ଼ି ନାହିଁ । ଏବେ ଏହି ବାତ୍ୟା ବିଷୟରେ ଖଡ଼ି ରତ୍ନ ପାଞ୍ଜିରେ ଲେଖାଯାଇଛି ।
ନଭେମ୍ବର ୧୧ ରୁ ୧୫ ତାରିଖରେ ବାତ୍ୟା ହୋଇପାରେ ବୋଲି ଏହି ପାଞ୍ଜିରେ ଲେଖାଯାଇଛି । ଅକ୍ଟୋବର ମାସ ପରେ ନଭେମ୍ବର ମାସରେ ଆହୁରି ଏକ ବଡ ବାତ୍ୟା ଆସୁଛି । ପାଞ୍ଜି ଲେଖା ହେଉଛି ସତ । ନଭେମ୍ବର ମାସ ୫ ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ବାତ୍ୟା ହେବ ବୋଲି ପାଞ୍ଜିରେ ଲେଖାଯାଇଛି ଆଉ ଏହା ସତ ହେବ ବୋଲି ସୂଚନା ମିଳୁଛି । ସାମୁଦ୍ରିକ ଝଡ ମଧ୍ୟ ମାଡ଼ି ଆସୁଛି । ବନ୍ୟା ଦ୍ବାରା ଅନେକ ଧନଜୀବନ ନଷ୍ଟ ହେବ ବୋଲି ସୂଚନା ମିଳୁଛି । ଏବେ ଏହି ବାତ୍ୟା ବିଷୟରେ ଅନେକ ସୂଚନା ଆସୁଥିବା ବେଳେ ଏହି ଖବର ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।