Movie prime

୮୨ ବର୍ଷ ପୂର୍ବରୁ ହେଇଥିବା ଥାନାପୋଡ଼ି ପରେ କେମିତି ଆରମ୍ଭ ହେଇଥିଲା ମୁନସୀ ମେଳଣ

 
Gg
୧୭ ଅଗଷ୍ଟ ୧୯୪୨ ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ଥାନାରେ ଘଟିଥିବା ସେହି ଲୋମ ହର୍ଷଣକାରୀ କାହାଣୀ ଆଜିବି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ସେଦିନ ରାତିର କିଟ୍ କିଟ୍ ଅନ୍ଧାର ଭିତରେ ଯାହା ଘଟି ଯାଇଥିଲା ସେଥିରେ ପୂରା ଗୋରା ସାହେବ ଙ୍କ ନିଦ ହଜି ଯାଇଥିଲା। ଶେଷରେ ଗୋରା ସାହେବ ଙ୍କ ମୁଣ୍ଡ ନଇଁବା କୁ ହିଁ ପଡ଼ିଥିଲା। ସେତେବେଳେ ଗୋରା ସାହାବଙ୍କ ରାଜୁତି ସାରା ଶେଷରେ ଚାଲୁଥିଲା।
Hh
ଆଉ ଇଂରେଜ ମାନଙ୍କ ଅତ୍ୟାଚାର ମଧ୍ୟ ସେତେବେଳେ ବଢ଼ିବାକୁ ଲାଗିଥିଲା। ଏପଟେ ଆମ ଦେଶକୁ ବଞ୍ଚାଇବା ପାଇଁ ସ୍ଵାଧୀନତା ସଂଗ୍ରାମୀ ମାନେ ନିଜର ବଳିଦାନ ଦେବା ପାଇଁ ପଛାଉ ନଥିଲେ। ହେଲେ ଆମ ଓଡିଶାର ଭଦ୍ରକ ର ଭଣ୍ଡାରିପୋଖରୀ ରେ ଏଭଳି ଏକ ଘଟଣା ଘଟି ଯାଇଥିଲା ଯୋଉ ଇତିହାସ ଆଜି ମନେପଡ଼ି ଗଲେ ଲୋମ ମୂଳ ଟାଙ୍କୁରି ଉଠି ଥାଏ। ସେତେବେଳେ ଇଂରେଜ ମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ,
Vg
ଭଣ୍ଡାରିପୋଖରୀ ଥାନା କର୍ମଚାରୀ ମାନଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ଯାଇଥିଲେ ଅଞ୍ଚଳବାସୀ। ଶେଷରେ ସେହି ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ମାନେ କିଛି ଏମିତି କରିବାକୁ ବାଧ୍ୟ ହୋଇଥିଲେ। ଶେଷରେ ରାତିର ଅନ୍ଧକାର ଭିତରେ ହିଁ ଥାନାରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଛି ଥାନା। ଏହାପରେ ଗୋରା ଆଉ ସାଧାରଣ ଜନତା ମଧ୍ୟରେ ଏଭଳି ଯୁଦ୍ଧ ଲାଗି ରହିଲା।
 ଆଉ ଏହାପରେ ନୂଆକରି ଥାନା କୁ ଥାନା ବାବୁ ହୋଇ ଆସି ଥାଆନ୍ତି ବାବୁ ଲାଲ ମୁନସୀ।ସେତେବେଳେ ଚାଲିଥାଏ ଦୋଳ ମେଳଣ ଏହାପରେ ସାଧାରଣ ଜନତା ଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଆରମ୍ଭ କରିଲେ ଏକ ନୂଆ ଯୋଜନା। ଯାହାର ନାମ ରହିଲା ମୁନିଶି ମେଲଣ ଆଉ ଏହା ଏବେ ୮୨ ବୟସରେ ପଦାର୍ପଣ କରିଥିବା ଜଣା ପଡ଼ିଛି। ଆଉ ଏଠାରେ ଅନେକ ଲୋକ ମାନଙ୍କ ସମାଗମ ମଧ୍ୟ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.