ଆଉ ସମ୍ଭାଳି ହଉନି ଓଃ କି ଗରମ ଫେବୃଆରୀ ଡେଇଁଲା ୩୬ ମାର୍ଚ୍ଚ ବେଳକୁ ଜାଳିଦେବ
Feb 4, 2025, 09:41 IST

ବର୍ତ୍ତମାନ ସମୟରେ ଏତେ ଜୋରେ ଖରା ହେଉଛି ଯେ ଆଉ ସମ୍ଭାଳି ହେଉ ନାହିଁ। ମାଘରେ ବାଘ ପରି ଶୀତ ନୁହେଁ ବରଂ ମାଡ଼ି ଆସୁଛି ଖରା। ଫେବୃଆରୀ ମାସରେ ୩୬ ° ଛୁଇଁଲାଣି ପାରଦ। ଏଥିରୁ ପୂରା ଜଣା ପଡ଼ି ଯାଉଛି କି ମାର୍ଚ୍ଚ ବେଳକୁ ଏହା ସବୁକିଛି ଜଳାଇ ଦେଇଥିବ।୫୦ ଡିଗ୍ରୀ ପାର କରିବାକୁ ଯାଉଛି ଏଥର ଖରା। ଫେବୃଆରୀ ଆରମ୍ଭରୁ ହିଁ ତତଲା କଢ଼େଇ ରେ ଭାଜି ହେବାରେ ଲାଗିଛି ସାରା ଓଡ଼ିଶା।

କେବଳ ଦିନ ବେଳେ ନୁହେଁ ରାତିରେ ମଧ୍ୟ ତାତି ଏବେ କଲବଲ କରିବାରେ ଲାଗିଛି। ଆଜିଠାରୁ ଅସମ୍ଭାଳ ହେଲାଣି ତାତି ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଡରିଲେଣି। ଅଦିନିଆ ଖରା ଏବେ ନାକରେ କନ୍ଦାଉଛି। ମାଘ ମାସରେ ବାଘ ଭଳି ଶୀତ ମାଡ଼ି ଆସିବା କଥା ଦେହରୁ ଶୀତ ପୋଷାକ ଖୋଲିବା କଥା ନୁହେଁ ହେଲେ ଏବେ ବିନା ଫ୍ୟାନ, ଏସି ରେ ଚଳିବା କଷ୍ଟକର ହୋଇ ପଡ଼ିବ। ରାଜ୍ୟରେ ଫେବୃଆରି ମାସରୁ ଉପର ମୁହଁ ହେଲାଣି ପାରଦ।

ଦିନର ତାପମାତ୍ରା ଏବେ ୩୬ ଡିଗ୍ରୀ ପାର କରି ସାରିଲାଣି। ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଖରା ମାଡ଼ରେ ଏବେ ଗାଏବ ହେଲାଣି ମାଘର ଜାଡ। ଉପକୂଳରୁ ପଶ୍ଚିମ ଆଉ ଉତ୍ତରରୁ ଦକ୍ଷିଣ ସବୁଠାରେ ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ। ସେଥିପାଇଁ ଆଉ ଆବଶ୍ୟକ ପଡୁ ନାହିଁ ଶୀତ ପୋଷାକ।
ଘରେ ହେଉକି ବାହାରେ ଦେହରେ ବୋହି ଯାଉଛି ଗମଗମ୍ ଝାଳ। ଗତ କିଛିଦିନ ହେବ ରାଜ୍ୟରେ ଏଭଳି ଭାବରେ ବଦଳିଛି ପାଗ ର ମିଯାଜ୍। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ। ଆଗକୁ ଅସହ୍ୟ ତାତି ହେବା ନେଇ ଲୋକମାନେ ଆଜିଠାରୁ ଭୟଭୀତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଆଦୌ ଭୁଲି ଯିବେ ନାହିଁ।