Movie prime

ଆୟୁଷ୍ମାନ ଯୋଜନା କାର୍ଡ କୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ କେମିତି ମିଳିବ ଲାଭ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା। ରାଜ୍ୟର ୧ କୋଟି ପରିବାରର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ। ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ। ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବି ଏହି ସ୍ଵାସ୍ଥ୍ୟବୀମାର ସୁବିଧା ମିଳିବ। ସେହପରି ଦାଦନ ଶ୍ରମିକମାନେ ମଧ୍ୟ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି। ଏବେ ଡାଟା କାମ ଚାଲିଛି। 
Hg
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଲାଗୁ ହେବ। ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ। ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସ ଲେସ୍ ଚିକିତ୍ସା ସୁବିଧା ପାଇବେ। ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ। ଏହା ଏକ କମନ୍ କାର୍ଡ ହେବ।" ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ସାମିଲ ହେବାକୁ ଥିବାବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ। 
Vv
ପୁରୁଣା ସ୍ୱାସ୍ଥ୍ୟ କାର୍ଡରେ କେବଳ ୯୫୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିଲା। ସାରା ଭାରତବର୍ଷରେ ଚାଲୁ ନଥିଲା। ନୂଆ ସ୍ୱାସ୍ଥ୍ୟକାର୍ଡରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ କ୍ୟାସ ଲେସ ଚିକିତ୍ସା ଉପଲବ୍ଧ ହେବ। ଯେଉଁ ଦାଦନ ଶ୍ରମିକ ମାନେ ରାଜ୍ୟ ବାହାରେ ରହି କାମ କରୁଛନ୍ତି ସେମାନେ ମଧ୍ୟ ଏହି ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଡରେ ଲାଭବାନ ହେବେ।" ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ଆହୁରି ମଧ୍ୟ କହିଛନ୍ତି, "ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ଅଛି। କିନ୍ତୁ ରାଜ୍ୟରେ ସ୍ପେଶାଲ ପ୍ରୋଭିଜନ କରି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ମିଳିବ। 
ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଭାରତ ବର୍ଷରେ ଲାଗୁ ହେଉଥିଲା। ହେଲେ ପୂର୍ବ ସରକାର ଏହାକୁ ଓଡ଼ିଶାରେ ଲାଗୁ କରୁନଥିଲେ। ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ ମିଶନରେ ଓଡ଼ିଶା ସାମିଲ ହେବ। ଏହା ଜରିଆରେ ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଂ ମଧ୍ୟ ହୋଇପାରିବ। ପ୍ରତି ରୋଗୀଙ୍କୁ ଏକକ ପରିଚୟ ପତ୍ର ଦିଆଯିବ। ଏଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସବୁ ତଥ୍ୟ ରହିବ। ଫଳରେ ରୋଗୀମାନେ ଡାକ୍ତରଙ୍କ ପାଖକୁ ଯିବାବେଳେ ସେମାନଙ୍କର ସମସ୍ତ ସ୍ୱାସ୍ଥ୍ୟଗତ ତଥ୍ୟ ଡାକ୍ତର ଜାଣିପାରିବେ। ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ହୋଇଛି।"

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.