ବାତ୍ୟା ଦାନା ବଢାଇଲା ଚିନ୍ତା ବିପଦରେ ୩ ଜିଲ୍ଲା..୧୮୦ କିମି ବେଗରେ ବୋହିବ ପବନ
Oct 23, 2024, 18:54 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଡ଼ି ଆସୁଛି ବାତ୍ୟା ଦାନା। ଯାହାକି ବିପୁଳ ମାତ୍ରାରେ କ୍ଷୟକ୍ଷତି ମଧ୍ୟ ଘଟାଇବ। ବାତ୍ୟା ପ୍ରଭାବରେ ଏହି ସବୁ ଜିଲ୍ଲା ମାନଙ୍କରେ ରହିବନି କିଛି ଚିହ୍ନ ବର୍ଣ୍ଣ। ଆପଣ ମାନେ ଜାଣିଛନ୍ତି କି ଆପଣଙ୍କ ଜିଲ୍ଲା ଏଥିରେ ଆଉ ସାମିଲ ନାହିଁ ତ?୨୪ ତାରିଖରେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ ଏହି ବାତ୍ୟା। ଅକ୍ଟୋବର ମାସରେ ପୁଣି ବାତ୍ୟା ର ଆକଳନ କରାଯାଇଛି।

ଏନେଇ ପୁଣି ଥରେ ସତର୍କ କରିଛି ଆଇଏମଡି। ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପ ର ରୂପ ନେଇ ସାରିଛି ଆଉ ଅବପାତ ର ରୂପ ମଧ୍ୟ ନେଇ ସାରିଛି।୨୩ ତାରିଖ ଦିନ ଏହା ଘୂର୍ଣିବାତ୍ୟା ର ରୂପ ନେବ ବୋଲି ମଧ୍ୟ କୁହା ଯାଉଥିଲା। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଓଡ଼ିଶା ପଶ୍ଚିମବଙ୍ଗ କୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଞ୍ଚିବ। ସେତେ ବେଳକୁ ପବନର ବେଗ ୧୦୦ ରୁ ୧୨୦ କିମି ପ୍ରତି ଘଣ୍ଟା ରହିବ।

ଏହା ସିଭୀୟର ସାଇକ୍ଲୋନିକ୍ ଷ୍ଟୋର୍ମ ପର୍ଯ୍ୟନ୍ତ ଯିବ ବୋଲି ଏହା ଆକଳନ କରାଯାଉଛି। ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ଚେତାଇ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର। ସେଥିପାଇଁ ସମୁଦ୍ର ଭିତରେ ଥିବା ଲୋକ ମାନଙ୍କୁ ଆସନ୍ତା କାଲି ସୁଦ୍ଧା ଫେରି ଆସିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ରାଜ୍ୟରେ ୨୪ ରୁ ୨୭ ପର୍ଯ୍ୟନ୍ତ ଏହି ବର୍ଷାର ପ୍ରକୋପ ରହିବ।୨୪ ରେ ଉପକୂଳବର୍ତ୍ତୀ ସବୁ ଜିଲ୍ଲାରେ,
ପ୍ରବଳ ମାତ୍ରାରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଗଞ୍ଜାମ ,ପୁରୀ , ଖୋର୍ଦ୍ଧା, ଜଗତସିଂହପୁର କୁ ପ୍ରବଳ ବର୍ଷା ନେଇ ରେଡ ୱାର୍ଣିଙ୍ଗ ଜାରୀ କରାଯାଇଛି। ସେହିଭଳି ଆଉ କେତେଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣିଙ୍ଗ କରାଯାଇଛି। ଆଉ ଏହାକୁ ନେଇ ଏବେ ଲୋକମାନେ ମଧ୍ୟ ସତର୍କ ରହିଛନ୍ତି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।