Movie prime

ବାବା ରେ କି ଦୁର୍ଘଟଣା... ଉଫ... କାର ହେଇଗଲା ଚୁନା, ଖଣ୍ଡ ଖଣ୍ଡ ହେଲା ଶବ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ସଡ଼କ ଦୁର୍ଘଟଣା ବିଷୟରେ କିଛି ଖବର ଜାଣିପାରିବେ । କାଳରାତ୍ରିର ଘନ ଅନ୍ଧକାରରେ ଏଭଳି ସବୁ ଘଟଣା ଘଟିଗଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । କାଳରାତ୍ରିର ଘନ ଅନ୍ଧାରରେ ଗଛରେ ପିଟିହେଲା କାର ଆଉ ଘଟିଗଲା ଦୁର୍ଘଟଣା । ଆଉ କାର ଏଭଳି ପିଟି ହୋଇଥିଲା ଯେ କାର ଡ୍ରାଇଭର ଜଣକ ସତ ଚେଷ୍ଟା କରିବା ପରେ ମଧ୍ୟ ସେ ବାହାରି ପାରିନଥିଲେ । 
Gg
ଗଛ ଆଉ କାର ଭିତରେ ଚିପି ହୋଇ ରହିଥିଲା ଏହି ଡ୍ରାଇଭର ଜଣଙ୍କର ଦୁଇଟି ଗୋଡ । ଆଉ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି କାର ମାଲିକ ଜଣକ ପଡି ରହିଥିଲେ । ରାତିରେ ଏଭଳି ଘଟଣା ଘଟିଥିଲା ଆଉ ଏହି ଡ୍ରାଇଭର ଜଣକ ସକାଳକୁ ଚାହିଁ ରହିଥିଲେ । ଆଉ ମଝିରେ ମଝିରେ ଚିତ୍କାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିଲେ । ସେ ଏତେ କଷ୍ଟରେ ଥିଲେ ଯାହା କଳ୍ପନା କରିଲେ ଆଖିକୁ ଲୁହ ଆସିଯିବ । ବହୁତ କଷ୍ଟରେ ଥିଲେ ଏହି କାର ଚାଳକ ଜଣକ । 
Bh
ସେ ରାତି ସାରା ମଝିରେ ମଝିରେ ଚିତ୍କାର କରୁଥିଲେ ଆଉ ତାଙ୍କ ମନରେ ଆସୁଥିଲା କେହି ନା କେହି ତାଙ୍କର ଚିତ୍କାର ଶୁଣି ତାଙ୍କୁ ରକ୍ଷା କରିବେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ଆଉ ସବୁଦିନ ପାଇଁ ଆଖି ବୁଜି ଦେଲେ ଏହି କାର ମାଲିକ ଜଣକ ।କାର ମାଲିକ ଜଣକ ରାତି ସାରା ଚିତ୍କାର କରୁଥିଲେ ଆଉ ଶୀତ ରାତିରେ କେହି ବି ତାଙ୍କର ଚିତ୍କାର ଶୁଣି ନଥିଲେ । ଆଉ ଏହାପରେ ସକାଳୁ ସକାଳୁ ସେଠାରେ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଲେ । 
ଆଉ ଏହି ମାଲିକ ଜଣଙ୍କୁ ମେଡିକାଲ ଯିବା ବାଟରେ ତାଙ୍କର ଦେହାନ୍ତ ହୋଇଗଲା । ବଲାଙ୍ଗୀର ଜିଲ୍ଲା ବେଲ ପାହାଡ ଥାନା ପୁଡ଼ିଂ ଛକ ନିକଟରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଆଦିତ୍ୟ ଅଗ୍ରୱାଲଙ୍କ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ରାତିସାରା ଏହି ବ୍ୟକ୍ତି ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆଉ ଆଜି ତାଙ୍କର ଦେହାନ୍ତ ଘଟିଛି । ସତରେ ଏହି ଘଟଣା ଶୁଣି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।