Movie prime

ବାବୁଶାନ୍ ଦେଲେ ବଡ଼ ଖୁସି ଖବର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

 
Vv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁଣି ଆଉ ଥରେ ଖୁସି ଖବର ଦେଲେ ବାବୁସାନ୍। ଓଡିଶାବାସୀଙ୍କୁ ଆଉ ଥରେ ସୁଯୋଗ ଦେଲେ ଓଡ଼ିଆ ଭାବରେ ଗର୍ବ କରିବାକୁ। ଜାତୀୟସ୍ତରରେ ଏକ ନୂଆ ପରିଚୟ ମିଳିଲା ଓଡ଼ିଆ ଚଳଚ୍ଚିତ୍ରକୁ। ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବାବୁସାନ୍ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ବାବୁସାନ୍ ମହାନ୍ତିଙ୍କ ଓଡ଼ିଆ ଚଳଚ୍ଚିତ୍ର 'ଦମନ' ସର୍ବଶ୍ରେଷ୍ଠ ଓଡ଼ିଆ ଫିଲ୍ମ ପୁରସ୍କାର ଲାଭ କରିଛି। ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ 'ଦମନ'କୁ ବେଷ୍ଟ ଓଡିଆ ଫିଲ୍ମର ମାନ୍ୟତା ମିଳିଛି। ବିଶାଲମର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ତଥା ଲିଖିତ 'ଦମନ' ଚଳଚ୍ଚିତ୍ର ୪ ନଭେମ୍ୱର ୨୦୨୨ରେ ମୁକ୍ତି ଲାଭ କରିଥିଲା। 
Gg
ଓଡ଼ିଶାର ଆଦିବାସୀ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ 'ଦମନ'କୁ ଖାଲି ରାଜ୍ୟରେ ନୁହେଁ ପୁରା ଦେଶରେ ବହୁତ୍ ଲୋକ ପ୍ରିୟତା ମିଳିଥିଲା। ଏପରିକି ଜାତୀୟସ୍ତରରେ ଏହା ଏକ ନିଆରା ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଇଥିଲା ଏହି ଚଳଚ୍ଚିତ୍ରଟି। ସୂଚନା ଅନୁସାରେ ଅଗଷ୍ଟ ୧୬ ଜାତୀୟ ଫିଲ୍ମ ଆୱାର୍ଡ଼ କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ଫିଲ୍ମ କଳାକାରଙ୍କ ପାଇଁ ପୁରସ୍କାର ଘୋଷଣା ହେଇଛି। ଏହାପରେ ଅକ୍ଟୋବର ୨୦୨୪ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ପୁରସ୍କାର ବିତରଣ କରିବେ। ଏହିଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ସନ୍ମାନସ୍ପଦ ଦାଦା ସାହେବ ଫଲ୍କେ ଆୱାର୍ଡ଼ ମଧ୍ୟ ଦିଆଯିବ। 
Jj
ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେଇଛି। ଏହା ଦେଶର ସବୁଠାରୁ ସମ୍ମାନ ଜଣକ ସିନେମା ପୁରସ୍କାର ଭାବରେ ବେଶ୍ ଜଣାଶୁଣା। ତେବେ 'ଦମନ' ଅନ୍ୟ ଚଳଚ୍ଚିତ୍ରକି ପଛରେ ପକାଇ ବେଷ୍ଟ ଓଡ଼ିଆ ଫିଲ୍ମର ମାନ୍ୟତା ପାଇବା କେବଳ ବାବୁସାନ୍ କିମ୍ବା ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ନୁହେଁ ପୁରା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବ ଆଣି ଦେଇଛି। ବିଭିନ୍ନ ମହଲରୁ ବାବୁସାନ୍ ଓ ଟିମ୍ ପାଇଁ ଶୁଭେଛାର ବାର୍ତ୍ତା ପହଞ୍ଚୁଛି। ତେବେ 'ଦମନ' ଟିମ୍ କହିବା ଅନୁଯାଇ ଏହିପରି ଆହୁରି ଫିଲ୍ମ ତିଆରି ହେବ। 
ଏବଂ ଓଡିଶାକୁ ଜାତୀୟସ୍ତରରେ ନୂଆ ପରିଚୟ ଆଣିଦେବାକୁ ନିଶ୍ଚିନ୍ତ ଆଗରେ ରହିବ। ତେବେ ସଚେତନତା ମୂଳକ ଏକ ନିଛକ ଓଡ଼ିଆ ଫିଲ୍ମ ହେଉଛି "ଦମନ"। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ମୁକାବିଲା ଉପରେ ଏହା ଆଧାରିତ ଏହି ସିନେମା ଓଡ଼ିଆ ସମେତ ହିନ୍ଦ୍ ଭାଷାରେ ମଧ୍ୟ ରିଲିଜ୍ ହେଇଥିଲା। ଅଭିନେତା ବାବୁସାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଓଡ଼ିଶାର ଆଦିବାସୀ ଅଞ୍ଚଳ ସହ ଏହାପୁରା ଦେଶକୁ ପରିଚିତ କରିବାରେ ସକ୍ଷମ ହେଇପାରିଛି।