Movie prime

ବଦଳିଲା ଡ୍ରେସ୍ କୋଡ ଏବେ ଏହି ରଙ୍ଗର ଡ୍ରେସ୍ ପିନ୍ଧିବେ ଛାତ୍ର ଛାତ୍ରୀ ଦେଖନ୍ତୁ ଆସିଲା ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ପୁଣି ବଦଳିଲା ସ୍କୁଲ ୟୁନିଫର୍ମ। ଏବେ ଆଉ ସବୁଜ ରଙ୍ଗର ଡ୍ରେସ୍ ପିନ୍ଧି ପାରିବେନି ଛାତ୍ରଛାତ୍ରୀ। ଗତ ବର୍ଷ ଜୁଲାଇରେ ବଦଳିଥିଲ ୟୁନିଫର୍ମ ପୁଣି ଏବେ ବଦଳିବ ସ୍କୁଲ ୟୁନିଫର୍ମ। ସବୁଜରୁ ସ୍କୁଲ ୟୁନିଫର୍ମର ରଙ୍ଗ କରାଯାଇଛି ବାଦାମୀ ରଙ୍ଗ।
Hh
ବନ୍ଧୁଗଣ ବଦଳିଲା ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ। ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଏହା ଲାଗୁ ହେବ। ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ୟୁନିଫର୍ମ ରଙ୍ଗ ସହ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। 
Hg
ନୂଆ ପୋଷାକ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଲାଗୁ ହେବ। ଯେଉଁଠି ପୁରୁଣା ଡିଜାଇନ୍ ଓ ରଙ୍ଗ ପୋଷାକ ବା ୟୁନିଫର୍ମ ତିଆରି ହୋଇନାହିଁ କି ଛାତ୍ରଛାତ୍ରୀଙ୍କୁ ଦିଆଯାଇ ନାହିଁ ସେଠି ନୂଆ ୟୁନିଫର୍ମ ଚଳିତ ବର୍ଷରୁ ହିଁ ଲାଗୁ ହେବ। ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ। ଛାତିରେ ଲେଖାଯାଇଥିଲା 'ଆମେ ଗଢିବୁ ନୂଆ ଓଡିଶା'। ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ। 
ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ୍ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା। ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ କୁହାଯାଇଥିଲା। ୧୦୦ ରୁ କମ୍ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ବି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.