ବନ୍ଧୁକ ଦେଖାଇ ମହିଳାଙ୍କୁ କାର୍ ଭିତରୁ ଟେକି ଆଣିଲେ ବେକରୁ ହାତରୁ କାଢ଼ି ଦେଲେ ଆଉ ତାପରେ
Mar 11, 2025, 11:33 IST

ଆଜି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଚୋରିକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କିଛି ଚୋର ବନ୍ଧୁକ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସଇଁତଳା ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଭୁଂଶର ଗାଁ ହାଇସ୍କୁଲ ଛକ ନିକଟରେ ଗତ ଶନିବାର ଦିନ ଚାରିଚକିଆ ଯାନକୁ ଅଟକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି । ସୁନା ହାର, ସୁନା ଚେନ ଆଉ କିଛି ସୁନା ଲୁଟି ନେଇଛନ୍ତି ।

ଏବେ ଚୋରି ହୋଇଥିବା ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଚୋରମାନଙ୍କୁ ଗିରଫ କରିଛି । ଏବେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ଦେଶୀ ବନ୍ଧୁକ, ଲୁହା ହାତୁଡ଼ି, ଚାରୋଟି ମୋବାଇଲ ଏବଂ ଦୁଇଟି ବାଇକ୍ ଜବତ କରିଛି । ବନ୍ଧୁକ ଦେଖାଇ ଲୋକମାନଙ୍କୁ ଡରାଇ ଏଭଳି କାମ କରନ୍ତି ଏହି ଅଭିଯୁକ୍ତମାନେ । ଏହି ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଏବେ ଗିରଫ କରିଛି । ଆଉ ଏବେ ଏହି ଘଟଣାର ଯାଞ୍ଚ କରିଛି ।

ଏହି ଅଭିଯୁକ୍ତମାନେ ହେଲେ ସଇଁତଳା ଥାନା ତେନ୍ତାଳିପାଳି ଗାଁର ପିଣ୍ଟୁ ସାହୁ, ସେହି ଆଖପାଖ ଗାଁର ବିଦ୍ୟାଶଙ୍କର ସାହୁ, ଚିନ୍ତାମଣି ସାହୁ ଏବଂ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ଏହି ଷଡ଼ଯନ୍ତ୍ର କରିଥିବା ଡ୍ରାଇଭର ଜଣକ ଗିରଫ ହୋଇଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଅଭିଯୁକ୍ତମାନେ ମୁହଁ ବନ୍ଦ କରିବା ଦେଖିପାରିବେ । ଏବେ ଏହି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସଇଁତଳା ଥାନା ଅନ୍ତର୍ଗତ ଏକ ଗ୍ରାମର ବ୍ୟାଙ୍କ ମ୍ୟାନେଜର ପାଣ୍ଡବ ସାହୁ କାରରୁ ବଲାଙ୍ଗୀର ଫେରୁଥିଲେ । ଏହି କାରକୁ ତିନିଜଣ ଦୁର୍ବୃତ୍ତ ଅଟକାଇଥିଲେ । ଆଉ ଏହି ଦୁବୃର୍ତ୍ତମାନେ ମୁହଁରେ କପଡ଼ା ବାନ୍ଧି ଏହି କାମ କରିଥିଲେ । ଏହି ଦୁବୃର୍ତ୍ତ କାରରେ ବସିଥିବା ତିନିଜଣ ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ନେଇଥିଲେ । ଏହି ସୁନା ଗହଣା ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପରିବାର ଲୋକେ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ ପରେ ଏବେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି ।