ବାପାଙ୍କ ମୃ-ତ୍ୟୁ ପରେ ଅନ୍ୟ ସହ ପଳାଇଲା ମାଆ କାନ୍ଦୁଛନ୍ତି ଚାରି ପିଲା
Dec 1, 2024, 15:19 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଗୋଟିଏ ପରିବାର ବିଷୟରେ ଜାଣିବେ ଯେଉଁ ପରିବାରରେ ଚାରିଜଣ ଶିଶୁ କାନ୍ଦୁଛନ୍ତି । ଏହି ଚାରିଜଣ ପିଲାଙ୍କର ଏଭଳି ଅବସ୍ଥା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଏହି ପିଲାମାନଙ୍କର ପାଠ ପଢ଼ିବା ପାଇଁ ବହୁତ ଇଛା କିନ୍ତୁ ସେମାନେ ପାଠ ପଢ଼ି ପାରୁ ନାହାଁନ୍ତି । ଦିନରେ ଏହି ପିଲାମାନେ କାମ ନ କରିଲେ ତାଙ୍କ ପାଇଁ ଚଳିବା ସମ୍ଭବ ନୁହେଁ ।
ସେମାନେ କାମ ନ କରିଲେ ଚାରି ଭାଇଭଉଣୀ ଉପାସ ରହିବେ । ଯେଉଁ ହାତରେ କଲମ ରହିବା କଥା ସେହି ହାତରେ ପ୍ରତିଦିନ ଦାଆ ନେଇ ବାହାରୁଛନ୍ତି କାମକୁ । ଯେଉଁ ବୟସରେ ବହି ଖାତା ଧରି ସ୍କୁଲ ଯିବା କଥା ସେହି ବୟସରେ କୋଳରେ ଛୁଆ ଧରି ଘର ସମ୍ଭାଳୁଛନ୍ତି ଏହି ପିଲାମାନେ । ଏହି ପିଲାମାନେ ପାଠ ପଢା ଛାଡ଼ି ଆଜି ଏଭଳି ସବୁ କାମ କରୁଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ପିଲାମାନେ କାମ କରୁଛନ୍ତି କାରଣ ତାଙ୍କ ପାଖରେ ତାଙ୍କ ବାପା କି ମାଆ କେହି ନାହାନ୍ତି ।
ଏହି ଚାରିଜଣ ପିଲାଙ୍କ ବାପା ମରି ଯାଇଥିଲେ ଆଉ ଏହାପରେ ତାଙ୍କ ମାଆ ତାଙ୍କମାନଙ୍କୁ ଛାଡ଼ି କେଉଁଆଡେ ପଳାଇ ଯାଇଛନ୍ତି । ଆଉ ଏବେ ଏହି ଚାରିଜଣ ପିଲା ଏକୁଟିଆ ହୋଇ ମଜୁରିଆ ଭାବରେ କାମ କରି ଏକାଠି ରହି ନିଜର ପେଟ ପୋଷୁଛନ୍ତି । ଏହିଭଳି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶିଡ଼ିହା ପଞ୍ଚାୟତର ଚାନ୍ଦଖୋମନ୍ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ୬ ନମ୍ବର ୱାର୍ଡର ଏହି ପିଲାମାନଙ୍କ ବାପା କୁଆଁର ଦାସୀଙ୍କର ଦୁଇ ବର୍ଷ ତଳେ ମୃ-ତ୍ୟୁ ହୋଇଥିଲା ।
ଏହି ଚାରିଜଣ ନିଷ୍ପାପ ପିଲାଙ୍କ ବାପାଙ୍କ ମୃ-ତ୍ୟୁ ପରେ ତାଙ୍କ ମାଆ ବାହାରକୁ କାମ କରିବାକୁ ଯାଇଥିଲେ । ଆଉ ସେ କାମ କରିବା ବେଳେ ସେଠାରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ତାପରେ ସେ ସେହି ବାହାରେ ରହି ତାସହ ଘର ସଂସାର କରିଥିଲେ । ଏବେ ଏହି ପିଲାମାନେ ପାଠ ପଢ଼ିବାକୁ ଚାହୁଁଛନ୍ତି କିନ୍ତୁ କଣ କରିବେ କାମ କରିବାକୁ ପଡୁଛି । ଏହି ଚାରିଜଣ ଛୁଆଙ୍କ ବୟସ ୧୪ ବର୍ଷରୁ କମ୍ ହେବ । ନିଜର ସୁଖ ପାଇଁ ଏଭଳି କରିଛି ମାଆ । ପ୍ରଶାସନ ତାଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏବେ ସରକାର କଣ ପଦକ୍ଷେପ ନେବେ ଆଉ ତାଙ୍କୁ କଣ ସାହାଯ୍ୟ କରିବେ ତାହା ହିଁ ଦେଖିବାକୁ ଅପେକ୍ଷା ରହିଛି ।