Movie prime

ଭୁବନେଶ୍ବର ରେ ଅପରାଧୀ ଙ୍କ ଗୁଣ୍ତା ରାଜ...CCTV ରେ ଦେଖନ୍ତୁ କେମିତି କରିଦେଲେ ଭୟାନକ କାଣ୍ତ..

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ରାଜଧାନୀ। ପୂର୍ବରୁ ରାତିର ରାଜଧାନୀ ସୁରକ୍ଷିତ ନଥିବା ବେଳେ ଏବେ ଦିନରେ ବି ବିଚ୍‌ ବଜାରରେ ହେଉଛି ଦାଦାଗିରି। ସାଧାରଣ ଲୋକଙ୍କୁ ଦେଖାଯାଉଛି ନାଲି ଆଖି। 
Bb
ଅସାମାଜିକ ବ୍ୟକ୍ତି ଖୁଲମଖୁଲା ଲକ୍ଷାଧୀକ ଟଙ୍କା ମାଗୁଛନ୍ତି, ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ରାଜଧାନୀର ଏୟାର ଫିଲଡ ଥାନା ଚଣ୍ଡୀ ବଜାର ନିକଟରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ। ଦାଦାବଟି ନ ଦେବାରୁ ଦିନ ଦିପ୍ରହରରେ ଦେଖିବାକୁ ମିଳିଲା ଦାଦାଗିରି। ଜଣେ ଜେଲ୍‌ ଫେରନ୍ତା ମିଠା ଦୋକାନୀଙ୍କୁ ମାଗିଲେ ୫ ଲକ୍ଷ ଦାଦାବଟି। ଆଉ ତାହା ନ ମିଳିବାରୁ ତାଙ୍କ ରାଗି ଯାଇ କରିଥିଲେ ମାରପିଟ। ଏହି ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 
Vv
ଜେଲରୁ ଫେରନ୍ତା ଅଭିଯୁକ୍ତ ରଘୁନାଥ ଏକ ଗାଡ଼ିରେ ପଥର ଆଣି ମିଠା ଦୋକାନ ଆଗରେ ଗଡ଼ାଇଦେଇଥିଲେ। ତା'ପରେ ପୋଲିସ ସିସିଟିଭି ଆଧାରରେ ଦାଦାବଟି ମାଗୁଥିବା ଦୁର୍ବୃତ୍ତକୁ ଧରି ଥାନାରେ ଅଟକ ରଖିଛି। ଅଭିଯୁକ୍ତ ଜଣକ ହେଲେ ଜେଲ ଫେରନ୍ତା ରଘୁନାଥ ବାରିକ। ମିଠା ଦୋକାନୀଜଣକ ଦାଦା ବଟି ନଦେବାରୁ ରଘୁନାଥ ତାଙ୍କୁ ନାନା ଧମକ ଦେଲେ। ଏଥିରେ ମନ ଶାନ୍ତି ନହେବାରୁ ତାଙ୍କ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେଲେ। 
ଖାଲି ସେତିକି ନୁହେଁ, ଦାଦାବଟି ନଦେଲେ ଦୋକାନ ବନ୍ଦ କରିବା ପାଇଁ ଧମକ ମଧ୍ୟ ଦେଇଥିଲା। ଏ ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା। ପରେ ଅଭିଯୁକ୍ତ ରଘୁନାଥଙ୍କୁ କାବୁ କରିଛି ପୋଲିସ। ପୂର୍ବରୁ ରଘୁନାଥ ନାଁରେ ହ-ତ୍ୟା ଅଭିଯୋଗ ମଧ୍ୟ ରହିଛି। କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଯୁବକୁ ହ-ତ୍ୟା କରିଥିବା ଅଭିଯୋଗରେ ରଘୁଆ ଗିରଫ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.