ବୃଦ୍ଧା ଜଣକ କହିଲେ ଏମିତି ମୋର କେହି ନାହାନ୍ତି ସରକାର ମୋ କଥା ଶୁଣ ଟଙ୍କା ହାତରେ ଦିଅ
Mar 19, 2025, 11:40 IST

ଆଜିକାଲି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର କେହି ନାହାଁନ୍ତି ଆଉ ସେମାନେ ପରିଣତ ବୟସରେ ପହଞ୍ଚି ଯାଇଛନ୍ତି କିନ୍ତୁ ତାଙ୍କୁ ପ୍ରଶାସନ ସାହାଯ୍ୟ କରୁନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବୃଦ୍ଧାଙ୍କ ବିଷୟରେ ଜାଣିପାରିବେ ଯିଏ ପରିଣତ ବୟସରେ ଅଛନ୍ତି । ଏହି ବୃଦ୍ଧା ମହିଳା ଜଣକ ଚାଲିପାରୁ ନାହାଁନ୍ତି । ତାଙ୍କର କେହି ନାହାଁନ୍ତି । ଏହି ବୃଦ୍ଧା ମହିଳା ଜଣଙ୍କର ବୟସ ୮୦ ବର୍ଷ ହୋଇଗଲାଣି । ଏହି ପରିଣତ ବୟସରେ ବୃଦ୍ଧା ଜଣକ ପ୍ରଶାସନ ସରପଞ୍ଚ ସମସ୍ତଙ୍କୁ ଗୁହାରି କରି ସାରିଲେଣି ।

କିନ୍ତୁ କେହି ତାଙ୍କୁ ସାହାଯ୍ୟ କରୁ ନାହାନ୍ତି । ଏହି ବୟସରେ ଏଭଳି କଷ୍ଟ ତାଙ୍କୁ ସହିବାକୁ ପଡୁଛି ।ଏହି ମହିଳା ଜଣକ ହେଉଛନ୍ତି ବୁଢ଼ୀ ଲୋକ ଆଉ ସେ ଚାଲି ବୁଲି ପାରୁ ନାହାଁନ୍ତି । ତାଙ୍କର କେହି ଲୋକ ବି ନାହାଁନ୍ତି । ତାଙ୍କର ଆଉ ବଳ ବୟସ ନାହିଁ । ତାଙ୍କର ବ୍ୟାଙ୍କ ପାସବୁକ୍ ଦରକାର ନାହିଁ ତାଙ୍କର ଭତ୍ତା ଟଙ୍କା ଦରକାର । ୬ କିଲୋମିଟର ଦୂରରେ ବ୍ୟାଙ୍କ ସେବା ରହିଛି ଆଉ ସେଠାକୁ ସେ ଚାଲି କରି ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ଆଉ ତାଙ୍କୁ ଯଦି ଭତ୍ତା ଟଙ୍କା ତାଙ୍କ ହାତରେ ଦେଇଥାନ୍ତେ ତାହେଲେ ଏହା ଭଲ ହୁଅନ୍ତା ବୋଲି ବୃଦ୍ଧା ଜଣକ କହିଛନ୍ତି । ଏଭଳି କହି ଗୁହାରି କରୁଛନ୍ତି ବୃଦ୍ଧା ମହିଳା କୌଶଲ୍ୟା ଦଣ୍ଡସେନା । ଏହି ମହିଳା ଜଣକ ୨୦୧୦ ମସିହାରୁ ଭତ୍ତା ପାଇ ଆସୁଛନ୍ତି । ଆଉ ଏବେ ତାଙ୍କ ବୟସ ଅଧିକ ହେବାରୁ ସେ ଚାଲି ବୁଲି ପାରୁ ନାହାଁନ୍ତି । ଏବେ ସେ ତାଙ୍କ ଭତ୍ତା ଟଙ୍କା ତାଙ୍କ ହାତକୁ ଦେବାକୁ କହିଛନ୍ତି । ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉମଖାଲ ପଞ୍ଚାୟତ ସ୍ଥିତ କୁମଖାଲ ଗାଁରେ ।
ପୂର୍ବରୁ ଏହି ମହିଳାଙ୍କ ନାତି ଟୋକା ତାଙ୍କୁ ମଟର ସାଇକେଲରେ ବସାଇ ବ୍ୟାଙ୍କକୁ ନେଇ ଭତ୍ତା ଟଙ୍କା ଆଣିବାକୁ ନେଉଥିଲେ । ଆଉ ଗାଁ ପାଖ ମିନି ବ୍ୟାଙ୍କରେ ତାଙ୍କ ଆଙ୍ଗୁଠି ଚିହ୍ନ ଆଉ ନେଉ ନାହିଁ । ଆଉ ତାଙ୍କୁ ବ୍ୟାଙ୍କ୍ ନେଇ ଟଙ୍କା ଉଠାଇବା ବି ସମ୍ଭବ ନୁହେଁ ବୋଲି କହିଛନ୍ତି । ଏବେ ଏହି ବୃଦ୍ଧା ମହିଳା ଜଣଙ୍କୁ ଟଙ୍କା ହାତରେ ଦିଆଯାଉ ବୋଲି ଦାବି କରାଯାଇଛି । ଏବେ ଏହି କଥାକୁ ନେଇ ରିପୋର୍ଟର ଅଧିକାରୀଙ୍କୁ କହିବାରୁ ଅଧିକାରୀ ଜଣକ ଏପ୍ରିଲ ମାସ ଠାରୁ ତାଙ୍କ ଭତ୍ତା ଟଙ୍କା ହାତରେ ଦିଆଯିବ ବୋଲି କହିଛନ୍ତି । କେବେ ଏହି ଭତ୍ତା ଟଙ୍କା ବୃଦ୍ଧା ମହିଳାଙ୍କ ହାତରେ ଦିଆଯାଉଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।