Movie prime

ମାତ୍ର ୫୦୦ ଟଙ୍କାରେ ଆଇଏଏସ ଅଫିସର କଲେ ବିବାହ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାମୀ-ସ୍ତ୍ରୀ ଉଭୟ ଆଇଏଏସ ଅଫିସର କିନ୍ତୁ ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା। ଏହା ହେଉଛି ଏକ ଭିନ୍ନ ପ୍ରେମ କାହାଣୀ। ଭିନ୍ନ ଏକ ବିବାହ ଅଟେ। ଯାହା ବିଷୟରେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ଚକିତ। ଭାରତରେ ବିବାହରେ ଲୋକମାନେ ପ୍ରବଳ ଖର୍ଚ୍ଚ କରନ୍ତି। ଆଉ କେମିତି ନିଜ ବାହାଘର ଧୁମ୍‌ଧାମ୍‌ରେ ପାଳନ କରିବେ ଚାହିଁ ଥାଆନ୍ତି। ଏକ ରିପୋର୍ଟ ମୁତାବକ ଭାରତରେ ଶିକ୍ଷା ତୁଳନାରେ ବିବାହରେ ଲୋକ ମାନେ ଦ୍ୱିଗୁଣା ଖର୍ଚ୍ଚ କରନ୍ତି। କିନ୍ତୁ ଏଭଳି ଆଇଏଏସ ଦମ୍ପତି ସେମାନଙ୍କ ବିବାହକୁ ସରଳ ଓ କମ୍ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାର ବିଷୟ ପାଲିଟିଛନ୍ତି। 
Bb
ଆଇଏଏସ୍ ଅଧିକାରୀ ସାଲୋନି ସିଡାନା ଓ ଆଶିଷ ବୈଶଷ୍ଟ ନଭେମ୍ବର ୨୦୧୬ରେ ବିବାହ କରିଥିଲେ। ସେମାନେ ନିଜ ବିବାହରେ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦମ୍ପତି ବଡ଼ ଧୁମ୍‌ଧାମ୍‌ରେ ବିବାହ କରି ପାରିଥାନ୍ତେ, କିନ୍ତୁ କରିନଥିଲେ। କାରଣ ସେମାନେ ଅନ୍ୟମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଉଦାହରଣ ସୃଷ୍ଟି କରି ସେମାନଙ୍କର ବିବାହରେ ଖର୍ଚ୍ଚ କମ୍ ରଖିବାକୁ ବାଛିଥିଲେ। ସାଲୋନି ଓ ଆଶିଷଙ୍କ ବିବାହ ସମାରୋହ ମଧ୍ୟପ୍ରଦେଶର ବିନ୍ଦସ୍ଥିତ ଏଡିଏମ୍ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଏହି ସରଳ କିନ୍ତୁ ଚମତ୍କାର ଘଟଣାର ସାକ୍ଷୀ ହେବା ପାଇଁ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ଏକମାତ୍ର ଖର୍ଚ୍ଚ ଥିଲା କୋର୍ଟ ଫି, ଯାହା ମାତ୍ର ୫୦୦ ଟଙ୍କା ଥିଲା। 
Vb
ଆଶିଷ ବୈଷ୍ଣବ ରାଜସ୍ଥାନର ଅଲୱାରରୁ ଆସିଥିବାବେଳେ ସାଲୋନୀ ସିଡାନା ପଞ୍ଜାବର ଜାଲାଲାବାଦରୁ ଆସିଛନ୍ତି। କୌତୁହଳର ବିଷୟ ହେଉଛି ଉଭୟ ନିଜ ନିଜ ପରିବାରର ପ୍ରଥମ ଆଇଏଏସ ଅଧିକାରୀ ଅଟନ୍ତି। ଯଦିଓ ବିବାହ ପରେ ଏହି ଦମ୍ପତି ବହୁ ଧ୍ୟାନ ଆକର୍ଷଣ କରିଥିଲେ, ତଥାପି ସେମାନେ ସୋସିଆଲ ମିଡିଆ ଠାରୁ ଦୂରରେ ରହିଛନ୍ତି।ଆଶିଷ ବଶିଷ୍ଟ ଆଇଆଇଟି ରାଉରକେଲାରୁ ସ୍ନାତକ ହାସଲ କରିଛନ୍ତି। ବର୍ତ୍ତମାନ ଭୋପାଳର ଏଡିଏମ୍ ଭାବରେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ, ସାଲୋନି ସିଡାନା ଏମବିବିଏସ୍ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ଡାକ୍ତର ଭାବେ ଏବେ କାମ କରୁଛନ୍ତି। ବର୍ତ୍ତମାନ ତାଙ୍କୁ ଜବଲପୁରରେ ପୋଷ୍ଟ କରାଯାଇଛି। ବିବାହ ପରେ, ସାଲୋନି ତାଙ୍କ ସ୍ୱାମୀଙ୍କ ନିକଟତର ହେବା ପାଇଁ ସଫଳତାର ସହିତ ତାଙ୍କ କ୍ୟାଡରକୁ ବଦଳାଇଥିଲେ। 
ସାଲୋନି ସିଡାନା ଓ ଆଶିଷ ବଶିଷ୍ଟ ଉଭୟ ୨୦୧୪ ବ୍ୟାଚ୍ ଆଇଏଏସ ଅଧିକାରୀ। ସାଲୋନି ସିଡାନା ଓ ଆଶିଷଙ୍କର ପ୍ରେମ କାହାଣୀ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ମସୁରିରେ ଆରମ୍ଭ ହୋଇଥିଲା। ଯେଉଁଠାରେ ସେମାନେ ପ୍ରଥମେ ଆଇଏଏସ ତାଲିମ ସମୟରେ ସାକ୍ଷାତ ହୋଇଥିଲେ। ସମୟ ସହିତ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା, ଶେଷରେ ବିବାହ ଆଡ଼କୁ କଥା ଯାଇଥିଲା। ବିବାହରେ କେବଳ ୫୦୦ ଖର୍ଚ୍ଚ କରିବାକୁ ଏହି ଦମ୍ପତିଙ୍କ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଶେଷତଃ ଏପରି ଏକ ଦେଶରେ ଯେଉଁଠାରେ ବିବାହ ବଜେଟ୍ ପ୍ରାୟତଃ ଲକ୍ଷ ଲକ୍ଷ କିମ୍ବା କୋଟି କୋଟି ଟଙ୍କାର ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.