Movie prime

କେକ ଖାଇଲେ ହେଉଛି ମୃ-ତ୍ୟୁ ଦେଖନ୍ତୁ ସାମ୍ନାକୁ ଆସିଲା ବଡ଼ ସତ

 
Vt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜନ୍ମଦିନ ହେଉ କି ବିଦାୟୀ ସମ୍ବର୍ଦ୍ଧନା ସମୟରେ କେକ୍ ଆମ ଜୀବନରେ ସତେ ଯେପରି ଏକ ଜରୁରୀ ଜିନିଷ ଭାବରେ ସ୍ଥାନ ପାଇସାରିଲାଣି। ସେଲିବ୍ରେସନ ଯାହା ବି ହେଉ ନା କାହିଁକି। କେକ୍ କାଟି ସେଲିବ୍ରେସନ କରିବା ଯେମିତି ଆଜି କାଲିର ଯୁବପୀଢିଙ୍କ ପାଇଁ ଜରୁରୀ ହୋଇପଡିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କେକ୍ ଏବେ ଆମ ମୃ-ତ୍ୟୁର କରାଣ ପାଲଟି ଯାଇଛି। କେକ୍ ଖାଇବା ଦ୍ଵାରା କର୍କଟ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି। 
Gg
ନିକଟରେ ବେକେରୀ କେକ୍‌ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ, "ବେଙ୍ଗାଲୁରୁରେ ହୋଇଥିବା ଏକ ପରୀକ୍ଷଣରୁ ୧୨ ପ୍ରକାରର କେକରୁ କର୍କଟ ରୋଗର ତତ୍ବ ମିଳିଥିବା ଜଣାପଡିଛି"। ଏହାପରେ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ବେକରୀ ଦ୍ୱାରା ପ୍ରସ୍ତୁତ କେକରେ ସମ୍ଭାବ୍ୟ କର୍କଟ ଉତ୍ପାଦନକାରୀ ତତ୍ଵର ବ୍ୟବହାରକୁ ନେଇ ବିଭାଗ ଚେତାବନୀ ଦେଇଛି। 
Gg
ବେଙ୍ଗାଲୁରୁର ଅନେକ ବେକରୀରୁ ପ୍ରସ୍ତୁତ ହୋଇଥିବା ୧୨ ପ୍ରକାରର କେକକୁ ନେଇ କରାଯାଇଥିବା ପରୀକ୍ଷଣରୁ ଜଣାପଡିଥିଲା ଯେ ଏଥିରେ କ୍ୟାନସର ସୃଷ୍ଟିକାରୀ କଣିକା ରହିଛି। ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି କେତେକ କେକ୍‌କୁ ସୁନ୍ଦର କରିବା ପାଇଁ ଯେଉଁ କୃତ୍ରିମ ରଙ୍ଗର ବ୍ୟବହାର କରାଯାଉଛି ସେହି ରଙ୍ଗରେ ଏହି କ୍ୟାନସର ସୃଷ୍ଟିକାରୀ କଣିକା ରହୁଛି। କେକ୍ ନମୁନା ପରୀକ୍ଷା ସମୟରେ କିଛି କେକ୍‌ରେ ରୋଡାମାଇନ୍-ବି ଭଳି ମାରାତ୍ମକ ତତ୍ଵ ମଧ୍ୟ ମିଳିଥିଲା। ରୋଡାମାଇନ୍-ବି ପରି ଖାଦ୍ୟ ରଙ୍ଗ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତିକାରକ ପ୍ରଭାବ ପକାଇଥାଏ। 
ତେବେ କହିରଖୁଛୁ ଯେ, "ଖାଦ୍ୟ ପଦାର୍ଥରେ କୃତ୍ରିମ ରଙ୍ଗର ବ୍ୟବହାର ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ କଡା ଚେତାବନୀ ଦେଇଥିଲେ। କିଛି ଦିନ ତଳେ କଟନ କାଣ୍ଡି ଏବଂ କୋବି ମଞ୍ଚୁରିଆନରେ ରୋଡାମାଇନ୍-ବି ବ୍ୟବହାରକୁ ବିପଜ୍ଜନକ ବୋଲି ଦର୍ଶାଇ ଏହାକୁ ବ୍ୟାନ କରିଥିଲେ କର୍ଣ୍ଣାଟକ ସରକାର"। ଏହା କେବଳ କର୍କଟ ରୋଗର ଆଶଙ୍କା ବଢାଇବ ତାହା ନୁହେଁ ବରଂ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.