Movie prime

ବସ ଚକା ତଳେ ପଡି ଛତେରା ହେଇଗଲେ ସୁନାପୁଅ ଆଉ ତାପରେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଗୋଟିଏ ଦୁର୍ଘଟଣା ବିଷୟରେ ଜାଣିପାରିବେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଜୀବନ ଚାଲି ଯାଇଛି । ଏହି ଯୁବକ ଜଣକ କାମ କରି ଯିବା ସମୟରେ କହିଥିଲେ ଘରକୁ ଶୀଘ୍ର ଫେରି ଆସିବେ । ଆଉ ତାଙ୍କର କାମ ସରୁ ସରୁ ଟିକେ ଲେଟ ହୋଇଗଲା । ଘରୁ ଅନେକ ଫୋନ୍ କଲ ବି ଆସିଥିଲା । 
Bb
ଆଉ ସେଥିପାଇଁ ସେ ତରତର ହୋଇ ଘରକୁ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଅଧା ରାସ୍ତାରେ ଯମ ତାଙ୍କ ବାଟ ଚାହିଁ ବସିଥିଲା । ବସ ସହ ଦୁର୍ଘଟଣା ହୋଇଥିଲା । ବସ ତଳେ ଚାପି ହୋଇ ଯାଇଥିଲେ ଯୁବକ । ବସ ତଳୁ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ବେଳେ ଏହି ଯୁବକ ଜଣଙ୍କର ଶରୀରର ପୁଳା ପୁଳା ମାଂସକୁ ଉଦ୍ଧାର କରାଯାଇଥିଲା ଆଉ ରକ୍ତ ରାସ୍ତାରେ ପଡ଼ିଛି । ଏହି ଦୁର୍ଘଟଣା ସ୍ଥାନୀୟ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ କାନ୍ଦି ପକାଇଛନ୍ତି । 
Bb
ଆଉ ଏହାସହ ପୋଲିସମାନେ ମଧ୍ୟ ଏହି ଦୁର୍ଘଟଣା ଦେଖିବା ପରେ ମଧ୍ୟ ତାଙ୍କ ଆଖିରେ ଲୁହ ରହି ନଥିଲା । ଏହି ଦୁର୍ଘଟଣା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମରେ ଘଟିଛି । ଏହି ମରଣାନ୍ତକ ସଡ଼କ ଦୁର୍ଘଟଣା ହେଉଛି ଗୋଟିଏ ବାଇକ୍ ସହ ଗାୟତ୍ରୀ ନାମକ ଏକ ଘରୋଇ ବସ୍ ଧକ୍କା ହୋଇଥିଲା । ବାଇକରେ ଦୁଇଜଣ ଆରୋହୀ ରହିଥିଲେ । ଏହି ଦୁଇଜଣଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ ଆଉ ଜଣଙ୍କର ଦେହାନ୍ତ ହୋଇଛି । 
ଆହତ ଜଣଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ପରିସ୍ଥିତି ଗୁରୁତର ହେବା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନିଆ ଯାଇଥିଲା । ଏହି ମୃ-ତ-କ ଜଣକ ହେଉଛନ୍ତି ଜି ସାନିଲୁ । ଏହି ମୃ-ତ-କ ଜଣକ ଆନ୍ଧ୍ରପ୍ରଦେଶର କସମଳା ଗ୍ରାମର ବୋଲି ଜଣାପଡିଛି । ସେ ଏବଂ ଆଉ ଜଣେ କୌଣସି କାମ ପାଇଁ ଆସିଥିଲେ । ଆଉ ଯିବା ବାଟରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଲୋକମାନେ ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ହୋଇଥିବାରୁ କ୍ଷତିପୂରଣ ଦେବାକୁ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଏହି ଘଟଣାର ସମାଧାନ କରିଥିଲେ ।

Around The Web