Movie prime

ଆସିଲା ପ୍ରବଳ ବର୍ଷା ସୂଚନା ଦେଖନ୍ତୁ ଆଉ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Hf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସିଥିବା ଖବର ସବୁ ପାଇପାରିବେ । ପାଣିପାଗ ବିଷୟରେ ଯାହା ଖବର ଆସିଛି ତାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆଗକୁ ବଢିଲା ମୌସୁମୀ । ଆଜି ଠାରୁ ଆରମ୍ଭ ହେବ ପ୍ରବଳ ବର୍ଷା । ବର୍ଷା ସହ ଘଡଘଡି ହେବ । 
Gy
ବର୍ଷା ବହୁତ ଜୋରରେ ହେବ ଆଉ ଅନେକ ଜିଲ୍ଲା ଏହି ବର୍ଷାରେ ବୁଡ଼ିଯିବ ବୋଲି ସୂଚନା ମିଳିଛି । ଏନେଇ ଆଗୁଆ ସତର୍କ କରାଯାଇଛି । ଆଗକୁ ଆଗକୁ ବଢୁଛି ମୌସୁମୀ । ମୌସୁମୀ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ସହିତ ଏହା ଅଧା ବାଟରେ ରହି ଯାଇଥିଲା । ମୌସୁମୀ ପହଞ୍ଚିବା ପାଇଁ ଉପଯୁକ୍ତ ସମୟ ହୋଇଥିଲେ ମଧ୍ୟ ମୌସୁମୀ ପହଞ୍ଚି ପାରିନାହିଁ । ଏହା ପ୍ରଭାବରେ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖା ଯାଉଛି । ଲୋକମାନେ ଏବେ ଖରା ଗରମରେ ତ୍ରାହି ତ୍ରାହି ଡାକ ଦେଉଛନ୍ତି ।
G
ଏହି ଖରା ଗରମରେ ଲୋକମାନେ ଡହଳ ବିକଳ ହେଉଛନ୍ତି । ଗଡିଆ, ପୋଖରୀ ଶୁଖି ଯାଇଛି । ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ମୌସୁମୀକୁ ଅପେକ୍ଷା କରିବା ସହ ବର୍ଷା ହେଉ ବୋଲି ଚାହୁଁଛନ୍ତି । କିନ୍ତୁ ମୌସୁମୀ ପହଞ୍ଚି ପାରୁନାହିଁ । ଏବେବି କିଛି ସ୍ଥାନରେ ବର୍ଷା ହେବା ସହ କିଛି ସ୍ଥାନରେ ବର୍ଷା ହେଉନାହିଁ । କିଛି ଜିଲ୍ଲାରେ ମରୁଡି ଭଳି ପରିସ୍ଥିତି ଉପୁଜୁଥିବା ବେଳେ କିଛି ଜିଲ୍ଲାରେ ବର୍ଷା ହେଉଛି । ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । 
ଗତକାଲି ବା ବୁଧବାର ଦିନ ସବୁ ଜିଲ୍ଲାରେ ମୌସୁମୀ ପହଞ୍ଚିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି । ଏହି ବର୍ଷା ପାଇଁ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଜିଲ୍ଳାର ମୌସୁମୀ ଜନିତ ବର୍ଷା ହେବ । ଆଜି ଗଞ୍ଜାମ, ଗଜପତି, କୋରାପୁଟ, ବଲାଙ୍ଗୀର, ମାଲକାନଗିରି, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ସୋନପୁର, ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ନୟାଗଡ଼, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।