ଛାଡ଼ଛାଡ଼ କହୁଥିଲା ସ୍ତ୍ରୀ ସାଙ୍ଗକୁ ଧରି ସ୍ତ୍ରୀ ସହ ଏମିତି କଲା ସ୍ବାମୀ
Dec 12, 2024, 15:42 IST
![Hh](https://www.online16media.com/static/c1e/client/93724/uploaded/3e7ecce6eda912ba41fcb9fcb943e4bd.jpg?width=968&height=514&resizemode=4)
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ଦ୍ଵାରା ଏଭଳି ଜଣେ ସ୍ୱାମୀଙ୍କ ବିଷୟରେ ଜାଣିବେ ଯିଏ ଏଭଳି କିଛି କାମ କରିଛନ୍ତି ନିଜ ସ୍ତ୍ରୀ ସହିତ ଯାହା ଠିକ୍ ନୁହେଁ । ଜ୍ୟୋତି ଆଉ ନୁପୁର ସ୍ଵାମୀ ସ୍ତ୍ରୀ ଥିଲେ । ଆଉ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଖୁସି ଥିଲେ । ସ୍ତ୍ରୀ ନୁପୁର ଦେଖିବାକୁ ବହୁତ ସୁନ୍ଦରୀ ଥିଲେ । ସ୍ତ୍ରୀ ନୁପୁରଙ୍କୁ ବିବାହ କରି ସ୍ଵାମୀ ଜ୍ୟୋତି ବହୁତ ଖୁସି ଥିଲେ । ଉଭୟ ଖୁସିରେ ରହିଥିଲେ ।
![Hh](https://www.online16media.com/static/c1e/client/93724/uploaded/47ed1fc58b879d11e398ca5762991367.png)
ଏହି ଦୁଇଜଣ ସ୍ଵାମୀ ସ୍ତ୍ରୀ ଥାନାରେ ପୋଲିସ ଥିଲେ ।ଉଭୟ ଥାନାରେ କନେଷ୍ଟବଳ ଭାବରେ କାମ କରନ୍ତି । ଏହି ସ୍ଵାମୀ ସ୍ତ୍ରୀଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା ଆଉ ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ଉଭୟ ଏକାଠି ରହୁଥିଲେ ଆଉ ବାଇକ୍ ନେଇ କାମକୁ ଯାଉଥିଲେ ଏବଂ ପୁଣି ନିଜର ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଏହାପରେ ସେମାନେ ନିଜ ନିଜର କାମ କରୁଥିଲେ । ସେମାନେ ସବୁବେଳେ ଏଭଳି ନିଜର କାମ କରି ଖୁସିରେ ରହିଥାନ୍ତି । କିନ୍ତୁ ଗତ ରବିବାର ଦିନ ଘଟିଥିଲା କିଛି ଘଟଣା । ଡ୍ୟୁଟି ସାରି ଘରକୁ ଫେରୁଥିଲେ ।
![Bb](https://www.online16media.com/static/c1e/client/93724/uploaded/5461489f76f9833996d695f75acadf4d.png)
ଆଉ ସେମାନେ ଘରକୁ ଫେରିବା ରାସ୍ତାରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣା ପାଇଁ ଝଗଡ଼ା ହୋଇଥିଲା । ଏଭଳି କିଛି ଘଟଣା ଘଟିଥିଲା ଯାହା ସାରା ଅଞ୍ଚଳକୁ ଦୋହଲାଇ ଦେଇଛି । ଅପରାହ୍ନ ୪ ରୁ ୪.୩୦ ହେବ ହଠାତ୍ ସ୍ଵାମୀ ସ୍ତ୍ରୀ ଫେରିବା ସମୟରେ ଚଳନ୍ତା ବାଇକ୍ ଉପରେ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ । ଆଉ ଏହି ଝଗଡ଼ା ବହୁତ ଜୋରରେ ହୋଇଥିଲା । ଏବଂ ଉଭୟ ରାସ୍ତାରେ ଗାଡ଼ି ରଖି ଝଗଡ଼ା କରିଥିଲେ । ଏହାପରେ ସେଠାରେ ସ୍ଵାମୀ ଜ୍ୟୋତିଙ୍କର ଜଣେ ସାଙ୍ଗ ଥିଲେ । ସେହି ସାଙ୍ଗକୁ ସେ ତାଙ୍କ ସ୍ତ୍ରୀର ଚୁଟି ଧରିବାକୁ କହିଥିଲା ।
ଏହାପରେ ନିଜ ସ୍ତ୍ରୀକୁ ସେ ମାଡ଼ ମାରିଥିଲା । ଆଉ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିଲା । ଏହାପରେ ସେଠାରେ କାମ କରୁଥିବା ଗାଁ ଲୋକ ଝିଅ ପାଖକୁ ଆସିବା ବେଳେ ଜ୍ୟୋତି ଆଉ ତାର ସାଙ୍ଗ ବାଇକରେ ପଳେଇ ଯାଇଥିଲେ । ସେଠାରେ ଗାଁ ଲୋକ ପହଞ୍ଚି ଝିଅର ଘରଲୋକଙ୍କୁ ଖବର ଦେଇ ମେଡିକାଲ ନେଇଥିଲେ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ସମରା ଅଂଚଳରେ ଦେଖିବାକୁ ମିଳିଛି । ସ୍ଵାମୀ ଜ୍ୟୋତି କାହିଁକି ଏଭଳି ମରଣାନ୍ତକ ଆକ୍ରମଣ ନିଜ ସ୍ତ୍ରୀ ଉପରେ କରିଥିଲେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଥିବା ବେଳେ ଅନେକ କଥା ପୋଲିସ ତଦନ୍ତ ପରେ ଜଣାପଡ଼ିବ ।