Movie prime

ଛାତିରେ ବାଜିଲା ଗୁଳି ସ୍ତ୍ରୀ କୁ ଛାଡ଼ିଲାଣି ଦୁର୍ଦ୍ଦାନ୍ତ ମାଓବାଦୀ..ହାତ ଧରାଧରି ହୋଇ ମ-ରିଗଲେ ଆଉ ତାପରେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ହେଉଛି ମରିବା ସମୟରେ ବି ହାତ ଛାଡ଼ିଲେ ନାହିଁ । ଏହି ଦୁଇଜଣ ସାଙ୍ଗ ହୋଇ ଯବାନଙ୍କ ମୁଣ୍ଡ ଉଡ଼ାଉଥିଲେ ଆଉ ଏବେ ଏକାଠି ମରିଗଲେ । ସୁରକ୍ଷାକର୍ମୀଙ୍କ ଗୁଳି ଖାଇ ହାତ ଧରାଧରି ହୋଇ ମାଟିରେ ଟଳି ପଡ଼ିଲେ ଏହି ଦୁଇ ମାଓବାଦୀ । ଏହି ସ୍ଵାମୀ ଆଉ ସ୍ତ୍ରୀ ମାଓବାଦୀଙ୍କୁ ଖୋଜି ଖୋଜି ସୁରକ୍ଷାକର୍ମୀ ଗୁଳି ବର୍ଷା କରିଲେ । 
Gg
ସ୍ତ୍ରୀ ଜଣକ ଛାତିରେ ଗୁଳି ମାଡ ଖାଇ ତଳେ ଟଳି ପଡ଼ିଥିବା ବେଳେ ସ୍ୱାମୀର ଓଠରେ ବାଜିଥିଲା ଗୁଳି । ମାଓ ସଂଗଠନର ଦୁଇଜଣ ଥିଲେ ହାରଖୋର ମାଓବାଦୀ । ସେମାନେ ସାଙ୍ଗ ହୋଇ ନିଜର ସଂସାର ଗଢ଼ିବା ପରିବର୍ତ୍ତେ କେତେଯେ ପରିବାର ଭାଙ୍ଗୁଥିଲେ ତାହା କହିହେବ ନାହିଁ । ଅନେକ ନବ ବିବାହିତା ପତ୍ନୀଙ୍କ ମଥାରୁ ପୋଛି ଦେଉଥିଲେ ସିନ୍ଦୂର ତ ଆଉ କେତେବେଳେ ଜନ୍ମ ହେଇଥିବା ଶିଶୁକୁ ବାପ ଛେଉଣ୍ଡ କରି ଦେଉଥିଲେ । ସ୍ତ୍ରୀ ଜଣକ ବଡ ବଡ ପ୍ଲାନ୍ କରୁଥିଲା ଆଉ ସ୍ଵାମୀ ଜଣକ ମୁଣ୍ଡ ଉଡାଉଥିଲା । 
Gv
ଏହି ସ୍ଵାମୀ ଏବଂ ସ୍ତ୍ରୀ ମାଓବାଦୀ ଯବାନଙ୍କୁ ମାରି ଖୁସି ହେଉଥିଲେ । ଆଉ ପରିବାର ଭାଙ୍ଗି ଦେଇ ଅନେକ ଆନନ୍ଦ ପାଉଥିଲେ । ପ୍ରେମ ସମ୍ପର୍କ ଦେଖିଲେ ଏହି ଦୁଇଜଣ ମାଓବାଦୀ ସହି ପାରୁନଥିଲେ । ଏହି ଦୁଇ ମାଓବାଦୀ ଏକାଠି ରହୁଥିଲେ, ସାଙ୍ଗ ହୋଇ ଖାଉଥିଲେ ଆଉ ସାଙ୍ଗ ହୋଇ ଶୋଉଥିଲେ । କେହି କାହାକୁ ଛାଡି ରହି ପାରୁନଥିଲେ । ଏହି ଦୁଇଜଣ ମାଓବାଦୀ ସବୁବେଳେ ବଡ ବଡ ଘଟଣା ଘଟାଉଥିଲେ । ସ୍ତ୍ରୀ ପାଖରେ ଢାଲ ହୋଇ ସ୍ଵାମୀ ଜଣକ ଛିଡ଼ା ହେଉଥିଲା ।
ଏହି ମାଓବାଦୀ ହେଉଛନ୍ତି ଗୁଡୁ ବା ବଳଦେବ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜୁ । ସେଦିନ ସର୍ଚ୍ଚ ଅପରେସନ ସମୟରେ ସ୍ତ୍ରୀକୁ ସୁରକ୍ଷା ଦେଇ ଯବାନଙ୍କ ଉପରେ ଗୁଳି ମାଡ କରୁଥିଲେ ଗୁଡୁ । ଆଉ ଯବାନମାନେ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଆଉ ଏହି ଗୁଳି ମାଡ଼ରେ ସବୁଦିନ ପାଇଁ ପ୍ରାଣ ହରାଇଲେ ଏହି ହାରଖୋର ମାଓବାଦୀ । ଏହି ମାଓବାଦୀ ବାରମ୍ବାର ଚଖମା ଦେଇ ଖସି ଯାଉଥିଲେ । ଏହି ମାଓବାଦୀଙ୍କ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ଏବେ ଏହି ମାଓବାଦୀ ସ୍ତ୍ରୀ ଜଣକ ସ୍ୱାମୀର ହାତ ଧରି ଟଳି ପଡ଼ିଥିଲା । ଓଡ଼ିଶା ଛତିଶଗଡ ସୀମାନ୍ତରେ ଏହି ଘଟଣା ଘଟିଥିଲା ।

Around The Web