Movie prime

ଛୋଟ ଝରଣା ରେ ଖେଳୁ ଖେଳୁ..ଅଚାନକ କେମିତି ମ-ରି-ଗଲେ ଏଇ ମାନେ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ଛାତ୍ରଛାତ୍ରୀ ମାନେ ଝରଣା ନିକଟରେ ଫୋଟ ଉଠାଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା। 
Tt
ଫଳରେ ଝରଣାରେ ଖସି ଖସି ସିଧା ପାଣିରେ ଭାସିଗଲେ ୬ ଜଣ ଛାତ୍ରଛାତ୍ରୀ। ହସଖୁସିରେ ବୁଲିବାକୁ ଆସିଥିବା ସାଙ୍ଗ ମାନେ ଝରଣାରେ ଭାସିଗଲେ। ସାଙ୍ଗ ମାନଙ୍କ ମାଜାମସ୍ତି ଶେଷରେ କଳା ପାଲଟିଗଲା। ପାହାଡ଼ରୁ ପାଦ ଖସିଯିବା ଫଳରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯିବା କାରଣରୁ ମୃ-ତ୍ୟୁ ଘଟିଛି। 
Hh
ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିନୀ ବୁଲି ଆସିଥିଲେ ମେଡିକାଲ ଛାତ୍ର। ମୋଟ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲି ଆସିଥିଲା ବେଳେ ଏହି ଅଘଟଣ ଘଟିଛି। ଜଳପ୍ରପାତ ନିକଟରେ ବସିଥିଲା ବେଳେ ହଠାତ ପାଣି ମାଡ଼ି ଆସିଥିଲା। ଏଥିରେ ୫ ଜଣ ଭାସି ଯାଉଥିଲା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। 
ଦୁଇଜଣ ଛାତ୍ରୀଙ୍କ ମୃ-ତ-ଦେ-ହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି। ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.